ବୀରମହାରାଜପୁର: ସୁବଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା କଳାପଥଥର ନୂଆଁପାଲିଠାରେ ଡିଟିଏଚ୍ କେବୁଲ୍ ତାର ସଜାଡ଼ିବାକୁ ଯାଇ ୧୧କେଭି ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଜ୍ୟୋତିରଂଜନ ଖମାରୀ (୩୩)।
ସୂଚନା ଅନୁସାରେ ବୀରମହାରାଜପୁର ବ୍ଲକ ଉଫୁଲା ପଞ୍ଚାୟତ ଟିଠିପାଲି ଗ୍ରାମର ସଦାଶିବ ଖମାରୀଙ୍କ ବଡ଼ପୁଅ ଜ୍ୟୋତିରଂଜନ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ପାଞ୍ଚଟା ବେଳକୁ ଡିକ୍ସ କେବୁଲ ସଜାଡ଼ିବା ପାଇଁ ନୂଆଁପାଲି ଯାଇଥିଲେ। କେବୁଲ୍ ତାର ଦୋହଲି ଯାଇଥିବାରୁ ତାକୁ ଉପରକୁ ଉଠାଇଥିଲେ। କିନ୍ତୁ ଉପରେ ୧୧ କେଭି ଇଲେକଟ୍ରି ତାର ଯାଇଥିବାରୁ ତାର ସଂସ୍ପର୍ଶରେ ଆସିଥିଲେ। ଏହି ଘଟଣା ପରେ କିଛି ସ୍ବେଚ୍ଛାସେବୀ ଓ ପରିବାର ଲୋକ ବୀରମହାରାଜପୁର ଉପଖଣ୍ଡ ଡ଼ାକ୍ତରଖାନାକୁ ଆଣିଥିଲେ। ସେଠାରେ ଜ୍ୟୋତିରଂଜନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ବୀରମହାରାଜପୁର ଉପଖଣ୍ଡ ପୁଲିସ୍ ଅଧିକାରୀ ବାସୁଦେବ ଛତ୍ରିଆ ନିଜେ ପୁଲିସ୍ ଟିମ୍ ଧରି ଡାକ୍ତରଖାନାରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି। ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରୁଛି। ଜ୍ୟୋତିରଞ୍ଜନଙ୍କ ବିବାହର ବର୍ଷେ ହୋଇନାହିଁ। ଘଟଣାଟି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/Biramaharanpur.jpg)