ଟ୍ରକ ଚପାରେ ଯୁବକ ମୃତ 

ଭଦ୍ରକ:  ଭଦ୍ରକର ୧୬ ନମ୍ୱର୍ ଜାତୀୟ ରାଜପଥର ଚରମ୍ପା ଦମକଳ କେନ୍ଦ୍ର ନିକଟରେ ଟ୍ରକ ଚାପରେ ଜଣେ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଏରେଇ ଅଞ୍ଚଳର ଯୁବକ ଶ୍ରୀକାନ୍ତ ପାଣିଗ୍ରାହୀ ଓରଫ ବାପୁନ୍ ଆଜି ରାତି ୭ଟା ୪୫ ସମୟରେ ଚାଲି ଚାଲି  ରାସ୍ତା ପାର ହେଉଥିବା ବେଳେ ବାଲେଶ୍ଵର ଆଡୁ ଭଦ୍ରକ ଅଭିମୁଖେ ଆସୁଥିବା ଏକ  ଦଶ ଚକିଆ ଟ୍ରକ ଚଢି ଯାଇଥିଲା। ଘଟଣାସ୍ଥଳରେ ଶ୍ରୀକାନ୍ତଙ୍କର ମୃତ୍ୟୁ ଘଟିଛି। ମୃତ ଶ୍ରୀକାନ୍ତଙ୍କର ବୟସ ୩୫ ବର୍ଷ। ଟ୍ରକଟି ଦ୍ରୁତବେଗରେ ଭୁବନେଶ୍ୱର ଅଭିମୁଖେ ପଲାଇ ଯାଉଥିବା ବେଳେ ଭଣ୍ଡାରି ପୋଖରୀ ପୁଲିସ ଏହାକୁ ଜବତ କରିଛି। ଏସଂକ୍ରାନ୍ତରେ ଭଦ୍ରକ ଗ୍ରାମାଂଚଳ ଥାନାରେ ଏକ ମାମଲା ରୁଜୁ ହୋଇଛି। ପୁଲିସ ତଦନ୍ତ ଆରମ୍ଭ କରିଛି।
ସମ୍ବନ୍ଧିତ ଖବର