ବୈପାରିଗୁଡା: ରାଞ୍ଚି-ବିଜୟଓ୍ବାଡା ୩୨୬ ନମ୍ବର ଜାତୀୟ ରାଜପଥ ଟାଙ୍ଗିଣିଗୁଡାଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ସ୍କୁଟି ଚାଳକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ଆଜି ଦିନ ବାରଟା ବେଳେ ଜୟପୁର ସ୍ଥିତ ଭାରତ ଗ୍ୟାସରେ କାମ କରୁଥିବା ଦୁଇ ଜଣ ଯୁବକ ସ୍କୁଟି ଯୋଗେ ଜୟପୁରରୁ ମାଲକାନଗିରି ଜିଲ୍ଲାର ଖଇରପୁଟ ଗ୍ରାମକୁ ଭୋଜିରେ ଯୋଗ ଦେବା ପାଇଁ ଯାଉଥିବା ବେଳେ ଟାଙ୍ଗିଣିଗୁଡାଠାରେ ବିପରୀତ ଦିଗରୁ ଆସୁଥିବା ଏକ କାର୍ ସ୍କୁଟି ଦେହରେ ପିଟି ହୋଇଯାଇଥିଲା। ଫଳରେ ପି. ମୋହନ ଆଚାରୀ(୪୦) ଗୁରୁତର ଭାବେ ଆହତ ହୋଇଥିଲେ। ତାଙ୍କର ଡାହାଣ ଗୋଡଟି ସଂପୂର୍ଣ୍ଣ ଭାଙ୍ଗି ଯାଇଥିଲା ଏବଂ ତଳି ପେଟରେ ଶକ୍ତ ଆଘାତ ଲାଗିଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ବୈପାରିଗୁଡା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
/sambad/media/post_attachments/wp-content/uploads/2022/01/10703477-811b-4b20-a14b-67dbe10abd69-e1643204360921-1024x596.jpg)
ତେବେ ମୋହନଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ଜୟପୁର ଜିଲ୍ଲା ହସପିଟାଲକୁ ପଠାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଅନ୍ୟ ଜଣକ ସାମାନ୍ୟ ଆହତ ହୋଇଥିବାରୁ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି। ବୈପାରିଗୁଡା ପୁଲିସ ଘଟଣାସ୍ଥଳରେ ପହଂଚି ଦୁଇଟି ଗାଡ଼ିକୁ ଜବତ କରି ତଦନ୍ତ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/cebc83d2-cf1d-448c-883c-98f2c84d7931.jpg)