ପୁରୀ: ଗୋପ-ନିମାପଡ଼ା ମୁଖ୍ୟରାସ୍ତା ଧୀରପୁର ଛକ ନିକଟରେ ଗୁରୁବାର ଅପରାହ୍ଣରେ ମର୍ମନ୍ତୁକ ସଡ଼କ ଦୁର୍ଘଟଣା ଘଟିଛି। ବାଇକ୍କୁ ଘୋଷାଡି ନେଇଛି ଦ୍ରୁତଗାମୀ କାର୍ ।ଘଟଣାସ୍ଥଳରେ ବାଇକ୍ ଚାଳକ ମୃତ୍ୟୁ ହୋଇଛି। ମୃତ ଯୁବକ ହେଲେ ପ୍ରଭାତ କୁମାର ମଲ୍ଲିକ (୩୫)।
ସୂଚନା ଅନୁଯାୟୀ ନିମାପଡ଼ା ପଟୁ ଆସୁଥିବା ଏକ ନାଲି ରଙ୍ଗର କାର୍ (ଓଡି ୦୨ ବିଜେଡ ୯୯୧୭) ଆଜି ଅପରାହ୍ଣରେ ନିମାପଡ଼ା ବିଷ୍ଣୁପୁର କରଞ୍ଜି ସାହିର ପ୍ରଭାତ କୁମାର ମଲ୍ଲିକଙ୍କୁ ବାଇକ୍ (ଓଡି ୧୩ ଏଲ୍ ୪୧୩୨)ରେ ଯାଉଥିବା ବେଳେ ଧକ୍କା ଦେଇଥିଲା। ଧକ୍କା ଦେବା ପରେ ପାଖାପାଖି ୧୦୦ମିଟର ଘୋଷାଡ଼ି ନେଇଥିଲା। ଘଟଣାସ୍ଥଳରେ ବାଇକ୍ ଚଳକଙ୍କ ମୃତ୍ୟ ଘଟିଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକମାନେ ରାସ୍ତାରୋକ କରିବାସହ ଉତ୍ତେଜନା ସୃଷ୍ଟି କରିଥିଲେ। ସ୍ଥାନୀୟ ପୁଲିସ ପହଞ୍ଚି ଥିଲେ ମଧ୍ୟ ଉତେକ୍ତ ଲୋକେ ହଟିନଥିଲେ। କ୍ଷତି ପୂରଣ ନମିଳିବା ପର୍ଯ୍ୟନ୍ତ ରାସ୍ତା ରୋକ୍ ହଟିବନି ବୋଲି କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/puri.jpg)