ରାଉରକେଲା: ଗଞ୍ଜେଇ ଚାଲାଣ କରିବାକୁ ଟ୍ରେନ୍‌କୁ ଜଗିରହିଥିଲା। ଏତିକିବେଳେ ଆର୍‌ପିଏଫ୍‌ ଯବାନ ଅଭିଯୁକ୍ତକୁ କାବୁ କରିନେଇଥିଲେ। ଗିରଫ ଅଭିଯୁକ୍ତ ହେଉଛି ବିହାର ରୋହତାସ ଜିଲ୍ଲା ଡେହରି ଗାଁର ଅଭିଯୁକ୍ତକୁ ରୋଶନ କୁମାର(୨୦)। ଅଭିଯୁକ୍ତ ପାଖରୁ ସାଢ଼େ ୧୦ କେଜି ଗଞ୍ଜେଇ ଜବତ ହୋଇଛି।
Advertisment
ସୂଚନା ଅନୁସାରେ, ଅଭିଯୁକ୍ତ ରୋଶନ ଦୀର୍ଘଦିନ ହେଲା ଗଞ୍ଜେଇ ଚୋରାଚାଲାଣରେରେ ସଂଶ୍ଲିଷ୍ଟ। ଅଭିଯୁକ୍ତ ସମ୍ବଲପୁର, ଦେବଗଡ଼ପଟୁ ବସ୍‌ରେ ଗଞ୍ଜେଇ ଆଣି ଟ୍ରେନ୍‌ରେ ବିହାର ଅଞ୍ଚଳକୁ ଚୋରାଚାଲାଣ କରିଥାଏ। ଶନିବାର ସନ୍ଧ୍ୟାରେ ଅଭିଯୁକ୍ତ ସମ୍ବଲପୁର ପଟୁ ଏକ ବସ୍‌ରେ ଗଞ୍ଜେଇ ଆଣିଥିଲା। ଆଜି ସକାଳେ ରାଉରକେଲା ବସଷ୍ଟାଣ୍ଡ୍‌ରୁ ଗଞ୍ଜେଇଧରି ଚାଲିଚାଲି ରେଳଷ୍ଟେସନରେ ପହଞ୍ଚି ଟ୍ରେନ୍‌କୁ ଜଗିଥିଲା। ତେବେ ଅଭିଯୁକ୍ତର ଗତିବିଧି ସନ୍ଦେହଜନକ ହେବାରୁ ଆର୍‌ପିଏଫ୍‌ ଯବାନ ପଚରାଉଚରା କରିଥିଲେ। ବ୍ୟାଗ୍‌ ଯାଞ୍ଚ କରାଯିବାରୁ ସେଥିରେ ଗଞ୍ଜେଇଥିବା ଜଣାପଡ଼ିଥିଲା। ପରେ ଅଭିଯୁକ୍ତକୁ ରାଉରକେଲା ଅବକାରୀ ପୁଲିସକୁ ହସ୍ତାନ୍ତର କରାଯାଇଥିଲା।