ଯାଜପୁର: ରାଜ୍ୟରେ କରୋନାର ଚତୁର୍ଥ ଲହର ଆରମ୍ଭ ହୋଇଯାଇଥିବା ବେଳେ ସଂକ୍ରମଣ ଏକ ହଜାର ଟପିଛି । ତେବେ ଏହାରି ଭିତରେ ରାଜ୍ୟର ଦ୍ୱିତୀୟ ଓ ଜିଲ୍ଲାର ପ୍ରଥମ କୋଭିଡ ମୃତ୍ୟୁ ସାମ୍ନାକୁ ଆସିଛି । ଯାଜପୁର ଜିଲ୍ଲା ବ୍ୟାସନଗର ପୌରପାଳିକା ଅନ୍ତର୍ଗତ ଉମାପଦା ଅଞ୍ଚଳର ଜଣେ ୨୧ ବର୍ଷୀୟ ଯୁବକ କୋଭିଡରେ ମୃତ୍ୟୁବରଣ କରିଛନ୍ତି । ସେ କଳିଙ୍ଗ ଚିକିତ୍ସାଳୟରେ ୧୨ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ କୋଭିଡ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ତାଙ୍କର କୋଭିଡର ସମସ୍ତ ଲକ୍ଷଣ ରହିଥିବା ସହ ସେ ଗୁରୁତର ହୋଇ ପଡିଥିଲେ।
ପରିବାର ପକ୍ଷରୁ ଯାଜପୁର ରୋଡ ଚିକିତ୍ସାଳୟରେ ଭତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ଏନେଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗକୁ ଅବଗତ କରାଯାଇଥିଲା, ଯାହାକି ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନ ପକ୍ଷରୁ କୋଭିଡ ନିୟମାନୁଯାୟୀ ଯାଜପୁରର ବାରୁଣୀ ଶଶ୍ମାନରେ ଯାଜପୁର ପୌରପାଳିକାର ସହଯୋଗରେ ଶେଷକୃତ୍ୟ ସଂପନ୍ନ କରାଯାଇଛି । କୋଭିଡ ନିୟମାନୁସାରେ ମୃତକଙ୍କ ସଂସ୍ପର୍ଶରେ ଆସିଥିବା ପରିବାର ସଦସ୍ୟମାନଙ୍କର ମଧ୍ୟ କୋଭିଡ ପରୀକ୍ଷା କରାଯିବା ସହ ଜିଲ୍ଲାବାସୀ ଏହାକୁ ହାଲକା ଭାବେ ନନେଇ କୋଭିଡ ନିୟମ ମାନିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ବିରଞ୍ଚି ନାରାୟଣ ବାରିକ ନିବେଦନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/2f0d90d4-79ec-47b3-b15e-d5ba6b6ee0de.jpg)