ଶିମିଳିପାଳ ଅଭୟାରଣ୍ୟରେ ମଇଁଷି ଚରାଉଥିଲେ ଯୁବକ; ଗୁଳିମାଡ଼ରେ ମୃତ, ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ପତ୍ନୀ

ବାରିପଦା/କଳାବାଡ଼ିଆ: ମୟୂରଭଂଜର ଶିମିଳିପାଳ ଅଭୟାରଣ୍ୟରେ ପୁଣି ଥରେ ଗୁଳି ଫୁଟିଛି। ହେଲେ ଏଥର କୌଣସି ଶିକାରୀ କିମ୍ବା ବନ କର୍ମଚାରୀଙ୍କ ଉପରେ ଗୁଳି ବାଜିନି। ବରଂ ଜଣେ ନିରୀହ ଯୁବକ ଗୁଳିମାଡ଼ରେ ଟଳି ପଡ଼ିଛନ୍ତି। ମୃତକ ହେଲେ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ବୁରୁଡ଼ି ଗ୍ରାମର ଜଗନ୍ନାଥ ହେମ୍ବ୍ରମ୍‌ (୪୦)। ବୁଧବାର ଅପରାହ୍ନରେ ଗାଁରୁ ୧ କିଲୋମିଟର ଦୂର ଶିମିଳିପାଳକୁ ସେ ମଇଁଷି ଚରାଇବାକୁ ଯାଇଥିଲେ। ହେଲେ ଫେରିବା ସମୟରେ ବନ କର୍ମଚାରୀଙ୍କ ଗୁଳିରେ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ଗୁରୁବାର ଜଙ୍ଗଲ ଭିତରେ ତାଙ୍କ ମୃତଦେହ ଠାବ ହୋଇଛି। ବନ କର୍ମଚାରୀମାନେ ଶିକାରୀ ଭାବି ତାଙ୍କ ସ୍ବାମୀଙ୍କୁ ଗୁଳି କରି ମାରି ଦେଇଥିବା ଜଗନ୍ନାଥଙ୍କ ପତ୍ନୀ ଅଭିଯୋଗ ଆଣିଥିବା ବେଳେ ବନ ବିଭାଗ ଏହାକୁ ଅସ୍ବୀକାର କରିଛି। ଏହାକୁ ନେଇ ବୁରୁଡ଼ି ଗ୍ରାମରେ ଉତ୍ତେନା ଲାଗି ରହିଥିବା ବେଳେ ସ୍ଥିତି ନିୟନ୍ତ୍ରଣ ପାଇଁ ୨ ପ୍ଲାଟୁନ୍‌ ଫୋର୍ସ ମୁତୟନ ହୋଇଛନ୍ତି।

ସମ୍ବନ୍ଧିତ ଖବର