ରାୟଗଡା: ମାଟିତଳୁ ଜଣେ ଯୁବକଙ୍କର ମୃତଦେହ ଉଦ୍ଧାର ହୋଇଛି। ବାର୍ହା ଶିକାର ପାଇଁ ଖଞ୍ଜା ଯାଇଥିବା ବିଦ୍ୟୁତ ତାର ଲାଗି ଯୁବକଙ୍କର ମୃତ୍ୟୁ ହେଲା ପରେ ଅଭିଯୁକ୍ତମାନେ ମୃତହେଦକୁ ମାଟିତଳେ ପୋତି ଦେଇଛନ୍ତି। ୨ ସପ୍ତାହ ପରେ ଏହି ଘଟଣା ପଦାକୁ ଆସିଛି। ରାୟଗଡ଼ା ଜିଲ୍ଲା କାଶୀପୁର ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ପୁଲିସ ୨ ଜଣକୁ ଗିରଫ କରିଥିବା ଜଣାପଡିଛି। ମୃତ ବ୍ୟକ୍ତି ହେଲେ ବିଶେଶ୍ଵର ମାଝୀ।
ଘଟଣା ଅନୁଯାୟୀ ରାୟଗଡା ଜିଲ୍ଲା କାଶୀପୁର ବ୍ଲକର ଟିକିରି ଥାନା ଅନ୍ତର୍ଗତ ମହତପୁଟଖୁରି ଗ୍ରାମର ସୁନା ମାଝୀଙ୍କ ପୁଅ ବିଶେଶ୍ଵର ମାଝୀ ଗତ ଅକ୍ଟୋବର ୨୦ ତାରିଖରୁ ନିଖୋଜ ଥିବା ଘୋଟଣା ଗୁରୁବାର କାଶୀପୁର ଥାନାରେ ଏତଲା ଦିଆଯାଇଥିଲା। ଏତଲାକୁ ଭିତ୍ତି କରି ପୁଲିସ ନିଖୋଜ ବିଶେଶ୍ବରର ଖୋଜିବା ଆରମ୍ଭ କରିଥିଲା। ବିଭିନ୍ନ ସ୍ଥାନରେ ଖୋଜିବା ପରେ ମଧ୍ୟ ପୁଲିସ କୌଣସି ସୁରାକ ପାଇପାରିନଥିଲା।
ତେବେ ଡାଲିଗୁଡା ଗ୍ରାମରୁ ମହତପୁଟଖୁରି ଗାଁକୁ ଯାଉଥିବା ରାସ୍ତାରେ କେହି ବାର୍ହା ଶିକାର ପାଇଁ ବିଦ୍ୟୁତ ତାର ବିଛାଇଥିବା ଓ ସେହି ରାସ୍ତା ବିଶେଶ୍ଵର ମାଝୀ ଆସୁଥିବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଥିଲା। ପରେ ମୃତଦେହକୁ ଶିକାରୀମାନେ ଲୁଚାଇ ଦେଇଥିବା ପରିବାର ଲୋକ ଅଭିଯୋଗ କରିଥିଲେ। ଶିକାରୀମାନେ ଶବକୁ ଲୁଚାଇଥିବା ଜଣାପଡ଼ିବା ପରେ ଗ୍ରାମବାସୀମାନେ ୨ଦିନ ହେଲା ନିଖୋଜ ଥିବା ବିଶ୍ଵେଶରଙ୍କୁ ପାହାଡ ପର୍ବତରେ ଖୋଜାଖୋଜି କରିବାପରେ ମଧ୍ୟ କୌଣସି ସନ୍ଧାନ ପାଇପାରିନଥିଲେ। ତେଣୁ ପରିବାର ଲୋକେ ଦୁଃଖରେ ଭାଙ୍ଗିପଡିଥିଲେ।
ଆଜି ରାୟଗଡ଼ା ଏସପିଙ୍କ ନିର୍ଦ୍ଦେଶକ୍ରମେ ଟିକିରି ଆଇଆଇସି ବିଶ୍ବବିନ୍ଧାଣି ବାଗ ଓ କାଶୀପୁର ଆଇଆଇସି ସୂର୍ଯ୍ୟ ପ୍ରକାଶ ନାୟକଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ଏହାର ତଦନ୍ତ କରାଯାଇ ଏହି ଗଟଣାରେ ସଂପୃକ୍ତ ଥିବା ଦୁଇ ଜଣଙ୍କୁ ଗିରଫ କରିବା ପରେ ପୋତା ଯାଇଥିବା ଶବକୁ ମାଟି ଖୋଳି ବାହାର କରିଥିଲେ। ଶବକୁ ଜବତ କରି ପୁଲିସ ବ୍ୟବଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/11/98a421aa-34b0-4564-8686-c53b4601c044.jpeg)