ଛତ୍ରପୁର: ଗୃହରକ୍ଷୀ ‌ଚାକିରି କରିବି ବୋଲି କେତେ ବଡ଼ ଆଶା କରିଥିଲେ। ଶାରୀରିକ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବି ବୋଲି ଆଶା ରଖିଥିଲେ ଏବଂ ପରିବାର ଲୋକଙ୍କୁ ଭରସା ମଧ୍ୟ ଦେଇଥିଲେ। ତେବେ ଶାରୀରିକ ପରୀକ୍ଷା ସମୟରେ ଏକ ଅଘଟଣର ଶିକାର ହେଲେ ଯୁବକ। ହଠାତ୍‌ ଅସୁସ୍ଥ ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରୁ ସେ ଆଉ ଜୀବୀତ ଫେରିପାରିଲେ ନାହିଁ। ଗଂଜାମ ଜିଲ୍ଲା ଛତ୍ରପୁରରେ ଆଜି ଏହି ଅଭବାନୀୟ ଘଟଣା ଦେଖିବାକୁ ମିଳିଛି। ମୃତ ଯୁବକ ହେଲେ ଶିବରାମ ପ୍ରଧାନ।

Advertisment

ଗଞ୍ଜାମ ପୁଲିସ ଜିଲ୍ଲା ଅଧୀନରେ ଛତ୍ରପୁରସ୍ଥିତ ରିଜର୍ଭ ପୁଲିସ ପଡ଼ିଆରେ ଗୃହରକ୍ଷୀ ପାଇଁ ଶାରୀରିକ ପରୀକ୍ଷା ଚାଲିଛି। ଏହି ପରୀକ୍ଷାରେ ସାମିଲ ହେବା ପାଇଁ ଗଂଜାମ ଜିଲ୍ଲା ତାରସିଂ ଥାନା ଅଧୀନ ତୁଳସୀପଲ୍ଲୀ ଅଂଚଳର ଶିବରାମ ପ୍ରଧାନ ଆସିଥିଲେ। ସେ ଦୌଡୁଥିବା ବେଳେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ସେଠାରୁ ସଙ୍ଗେ ସଙ୍ଗେ ଛତ୍ରପୁର ଉପଖଣ୍ଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଏହି ଦୁଃଖଦ ଘଟଣା ଯୋଗୁଁ ଅପରାହ୍ନରେ ଚାଲିଥିବା ଇଣ୍ଟରଭ୍ୟୁକୁ ବନ୍ଦ କରାଯାଇଥିଲା, ଆସିଥିବା ଆଶାୟୀ ପରୀକ୍ଷାର୍ଥୀମାନେ ନିଜ ନିଜ ଘରକୁ ଫେରିଯାଇଥିଲେ ପରବର୍ତ୍ତୀ ନିର୍ଦେଶ ପରେ ପୁଣି ଇଣ୍ଟରଭ୍ୟୁ ଆରମ୍ଭ ହେବ ବୋଲି ସୂଚନା ମିଳିଛି। 

ପୁଲିସ ବିଭାଗରେ ଚାକିରି ପାଇଁ ଶାରୀରିକ ପରୀକ୍ଷା ସମୟରେ ଆଜିର ଭଳି ଅଘଟଣ ଘଟିବା ନୂଆ କଥା ନୁହେଁ। ଏହି ଭଳି ଘଟଣା ପୂର୍ବରୁ ମଧ୍ୟ ଘଟିଛି। ପ୍ରାୟ ଦୁଇ ବର୍ଷ ପୂର୍ବରୁ ଛତ୍ରପୁରସ୍ଥିତ ରିଜର୍ଭ ପୁଲିସ ପଡ଼ିଆରେ କନଷ୍ଟେବଳ ପରୀକ୍ଷା ସମୟରେ ଆଜି ଭଳି ଅଘଟଣ ଘଟିଥିଲା। ସେହି ସମୟରେ ଜଣେ କନେଷ୍ଟବଳଙ୍କର ମୃତ୍ୟୁ ଘଟିଥିଲା। ଅବିଭକ୍ତ ଗଂଜାମ ଜିଲ୍ଲାର ରାୟଗଡ଼ ବ୍ଲକ ନାରାୟଣପୁର ଗାଁର ଦୀପକ ଗଜପତିର ପାରଳାଖେମୁଣ୍ଡିର ରାଣୀପୀଠର ବେଟାଗୁଡ଼ାରେ ଆୟୋଜିତ ଗୃହରକ୍ଷୀ ପରୀକ୍ଷାରେ ଗତ ମେ’ ୨୯ ତାରିଖରେ ଯୋଗ ଦେଇଥିଲେ। ଶାରୀରିକ ପରୀକ୍ଷା ବେଳେ ସେ ଦୌଡ଼ିବା ବେଳେ ସେ ଅସୁସ୍ଥ ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁରସ୍ଥିତ ଏମ୍‌କେସିଜିରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ସେହି ପଡ଼ିଆରେ ସେହିଦିନ ରାଣୀପୀଠରୁ ପଦ୍ମପୁର ପର୍ଯ୍ୟନ୍ତ ୨ କିଲୋମିଟର ଦୌଡ଼ରେ ଅଂଶଗ୍ରହଣ କରିଥିଲେ। ଦୌଡ଼ ସମାପ୍ତ କରିବା ପରେ ସୁଲନ୍ତ ମିସାଲ ହଠାତ୍ ତଳେ ପଡ଼ିଯାଇଥିଲେ। ତାଙ୍କୁ ଚିକିତ୍ସା ଲାଗି ତୁରନ୍ତ ପାରଳାଖେମୁଣ୍ଡି ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ganjam

ରିପୋର୍ଟ: ବସନ୍ତ ମହରାଣା