ପାପଡ଼ାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ସିରସୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଛୁଇଁମାଟିଗୁଡା ଗ୍ରାମରେ ସାପ କାମୁଡ଼ାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଛୁଇମାଟିଗୁଡା ଗ୍ରାମର ଲଛମନ ଗୌଡ଼ଙ୍କ ପୁଅ ଜଗଦାନ ଗୌଡ଼ (୨୨) ବୋଲି ଜଣାପଡିଛି। ସୂଚନା ଅନୁଯାୟୀ ଛୁଇଁମାଟିଗୁଡା ଗ୍ରାମର ଜଗଦାନ ଗୌଡ଼ ଆଜି ଦିନ ୧୧ଟା ସମୟରେ ନିଜ ଚାଷଜମିରେ କାମ କରିବାକୁ ଯାଇଥିଲେ। ଚାଷ କାମ କରୁଥିବା ସମୟରେ ଏକ ବିଷଧର ସାପ କାମୁଡ଼ି ଦେଇଥିଲା। ଜଗଦାନ ଏହା ଜାଣିବା ପରେ ଘରକୁ ଫେରି ସାପ କାମୁଡିବା ନେଇ ପରିବାର ଲୋକଙ୍କୁ ଜଣେଇଥିଲେ। ପରିବାର ଲୋକ ୧୦୮ ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିଲେ। କିନ୍ତୁ ସେହି ସମୟରେ ଆମ୍ବୁଲାନ୍ସ ଉପଲବ୍ଧ ନଥିଲା। ଦିନ ୧୨ ଘଣ୍ଟା ସମୟରେ ଜଗଦାନ ମୃତ ଘଟିଥିଲା।
କାମ କରୁଥିଲା ବେଳେ ଚାଷଜମିରେ ସାପ କାମୁଡ଼ିଲା, ଯୁବକଙ୍କ ମୃତ୍ୟୁ
/sambad/media/post_attachments/wp-content/uploads/2022/10/41d37780-ae98-4a80-b875-2ac729e80642.jpg)