ବିଦ୍ୟୁତ ତାର ଲାଗି ଯୁବକଙ୍କ ମୃତ୍ୟୁ

ଚନ୍ଦାହାଣ୍ଡି: ନବରଂଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅନ୍ତର୍ଗତ ସନ୍ଧିମୁଣ୍ଡା ଗ୍ରାମର ମଦନ ନାଗ (୩୫)ଙ୍କ ବିଦ୍ୟୁତ୍‌ ସ୍ପର୍ଶରେ ମୃତ୍ୟୁ ଘଟିଛି। ସନ୍ଧିମୁଣ୍ଡା ଗ୍ରାମର ମଦନ ନାଗ ଆଜି ସକାଳ ୯ଟା ସମୟରେ ନିଜ ଚାଷ ଜମିକୁ ଧାନ କାଟିବା ନିମନ୍ତେ ଯାଉଥିବା ବେଳେ ବିଦ୍ୟୁତ୍‌ ତାର ଛିଣ୍ଡି ତାଙ୍କ ଉପରେ ପଡ଼ିଯିବାରୁ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା। ଖବର ପାଇ ଚନ୍ଦାହାଣ୍ଡି ଥାନା ଅଧିକାରୀ ପ୍ରଦୀପ କୁମାର ମହନ୍ତ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ କରାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରିଛନ୍ତି। ଡ. ତୁଷାର ରଂଜନ ବାରିକ ଶବ ବ୍ୟବଚ୍ଛେଦ କରିବା ପରେ ପରିବାର ବର୍ଗ ଙ୍କୁ ଶବ ହସ୍ତାନ୍ତର କରାଯାଇଛି । ବିଦ୍ୟୁତ୍‌ ବିଭାଗର ଖାମଖିଆଲି ମନୋଭାବ ଯୋଗୁଁ ଚନ୍ଦାହାଣ୍ଡି ଅଞ୍ଚଳରେ ଏଭଳି ଅଘଟଣ ଘଟି ଧନ ଜୀବନ ନଷ୍ଟ ହେଉଛି। ବିଭିନ୍ନ ସ୍ଥାନରେ ବିଦ୍ୟୁତ୍‌ ତାର ସବୁ ଓହଳି ରହିଥିବା ଏବଂ ପୁରୁଣା ତାରକୁ ବଦଳା ଯାଉ ନଥିବାରୁ ବାରମ୍ବାର ଅଘଟଣ ଘଟୁଥିବା ପ୍ରକାଶ।

ସମ୍ବନ୍ଧିତ ଖବର