ମକାବାଡ଼ରେ ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ; କଇଁଚି ଆକ୍ରମଣରେ ଯୁବକ ମୃତ

ଉମରକୋଟ: ମଦ୍ୟପାନ କରି ସାମାନ୍ୟ ବଚସା ହେଇ ହତ୍ୟାକାଣ୍ଡ ଘଟିଛି ଓ ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ କୁର୍ସୀ ଗ୍ରାମ ପଞ୍ଚାୟତ ଅଧୀନ ନୂଆପାର ଗାଁରେ। ମୃତକ ହେଲେ ଲଲିତ ଭତରା (୨୨)। ଅଭିଯୁକ୍ତ ଶ୍ରୀଧର ମାଝୀକୁ ପୁଲିସ ଅଟକ ରଖିଛି।

ସୂଚନା ଅନୁସାରେ କୁର୍ସୀ ଗ୍ରାମରେ ଗତ ୩ ତାରିଖ ଦିନ ସକାଳେ ପ୍ରାୟ ୧୦ଟା ବେଳେ ଲଲିତ ଓ ଶ୍ରୀଧର ଗାଁ କମିଟି ଦ୍ବାରା କରାଯାଇଥିବା ମକା ଚାଷକୁ ଜଗିବା ପାଇଁ ଯାଇଥିଲେ। ତେବେ ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଦୁହେଁ ମଦ୍ୟ ପାନ କରି ଏକ ସାମାନ୍ୟ କଥାକୁ ନେଇ ବଚସା କରିଥିଲେ। ଏଥିରେ ଉଥିକ୍ଷୀପ୍ତ ହେଇ ଶ୍ରୀଧର ମାଝୀକୁ ଲଳିତଙ୍କ ବାମ ଛାତିରେ ପାଖରେ ଥିବା ଏକ କଇଞ୍ଚିରେ ଆକ୍ରମଣ କରି ଘରକୁ ଫେରି ଆସିଥିଲା। ତେବେ ଲଳିତ ଅଚେତ୍ ଅବସ୍ଥାରେ ପଡ଼ିଥିବା ଦେଖି ଗ୍ରାମର ଜଣେ ବ୍ୟକ୍ତି ଲଳିତଙ୍କ ବାପାଙ୍କୁ ଖବର ଦେଇଥିଲେ। ତୁରନ୍ତ ଲଳିତଙ୍କ ବାପା ସୁବାଷ ଘଟଣାସ୍ଥଳରେ ପହଂଚି ମୂମୂର୍ଷ ଅବସ୍ଥାରେ ପଡ଼ିଥିବା ପୁଅଙ୍କୁ ଏକ ଅଟୋରେ ଉମରକୋଟ ଉପଖଣ୍ଡ ଡାକ୍ତରଖାନା ନେଉଥିବା ବେଳେ ବାଟରେ ଲଲିତଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା।

ତେବେ ମରଶରୀରକୁ ଧରି ସୁବାଷ ଘରକୁ ଆସି ଆଜି ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଆଇଆଇସି ଦୀପକ କୁମାର ଜେନା, ସବ ଇନ୍ସପେକ୍ଟର ଏନ୍, ନନ୍ଦ ଘଟଣାସ୍ଥଳ ରେ ପହଞ୍ଚି ଅଭିଯୁକ୍ତ ଶ୍ରୀଧରକୁ କାବୁ କରି ଥିଲେ। ପରେ ଆଇଆଇସି ଘଟଣାର ଅନୁସନ୍ଧାନି କରି ଦଳ କୁକୁରକୁ ନେଇ ଘଟଣାସ୍ଥଳରେ ପହଂଚି ଯାଞ୍ଚ କରି ସମସ୍ତ୍ ପ୍ରମାଣକୁ ସଂଗ୍ରହ କରିଥିଲେ। ଘଟଣାଟି ସମଗ୍ର ଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିବା ସହ ବ୍ୟବହୃତ ହେଇଥିବା କଇଁଚିକୁ ମଧ୍ୟ ପୁଲିସ୍ ଜବତ କରିଛି। ସବ୍‌ ଇନ୍ସପେକ୍ଟର ଏନ୍, ନନ୍ଦ ଘଟଣାର ତଦନ୍ତ ଅଧିକାରୀ ଭାବରେ ଦାୟିତ୍ଵ ଗ୍ରହଣ କରିଛନ୍ତି। ଆଜି ମରଶରୀର ସ୍ଥାନୀୟ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଅଛି। ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ଥାନା ଆଇଆଇସି ଦୀପକ କୁମାର ଜେନା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର