ଦଳୀୟ ଚିହ୍ନ ଦେଖାଇ ଭୋଟରଙ୍କୁ ପ୍ରଭାବିତ କରୁଥିବା ଯୁବକ ଅଟକ

ବାଲେଶ୍ବର:  ଆଜି ବାଲେଶ୍ବରରେ ଶେଷ ପର୍ଯ୍ୟାୟ ନିର୍ବାଚନ ଚାଲିଛି। ଜିଲ୍ଲାର ୨ଟି ବ୍ଲକ୍,  ସଦର ଓ ରେମୁଣାରେ ମତଦାନ ହେଉଛି। ସଦରରେ ୪୯୬ଟି ବୁଥ୍ ଏବଂ ରେମୁଣାରେ ୪୧୧ଟି ବୁଥ୍‌ରେ ଭୋଟର ମତଦାନ କରୁଛନ୍ତି। ସଦର ବ୍ଲକ୍‌ରେ ମୋଟ ୧୯୧୪୮୯ ଜଣ ଏବଂ ରେମୁଣା ବ୍ଲକ୍‌ରେ ମୋଟ ୧୪୯୩୧୧ ଜଣ ଭୋଟର ଅଛନ୍ତି। ସବୁ ବୁଥ୍‌ରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ବେଳେ କୌଣସି ଠାରେ ଗଣ୍ଡଗୋଳ ହୋଇ ନ ଥିବା ଜଣାପଡ଼ିଛି।

ତେବେ ଭୋଟରଙ୍କୁ ଦଳୀୟ ଚିହ୍ନ ଦେଖାଇ ପ୍ରଭାବିତ କରିଥିବା ଅଭିଯୋଗରେ ପୁଲିସ ଦ୍ବାରା ଜଣେ ଯୁବକ ଅଟକ ରହିଛନ୍ତି। ବାଲେଶ୍ବର ସଦର ବ୍ଲକ୍‌ ଅନ୍ତର୍ଗତ ଶ୍ରୀରାମପୁର ମଛଦା ଗ୍ରାମ ୧ ନମ୍ବର ବୁଥ୍‌ରେ ଘଟିଛି ଏହି ଘଟଣା। ଯୁବକ ଜଣଙ୍କୁ ବିଭିନ୍ନ ବୁଥ୍‌ରେ ଭିଡିଓ ଉତ୍ତୋଳନ ପାଇଁ ପ୍ରଶାସନ ପକ୍ଷରୁ ନିୟୋଜିତ କରାଯାଇଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକଙ୍କ ଦ୍ୱାରା ଯୁବକକୁ ବିରୋଧ ପରେ ପୁଲିସ ଅଟକ ରଖିଥିବା କହିଛି।

ଆଜି ବାଲେଶ୍ବରରେ ଶେଷ ପର୍ଯ୍ୟାୟ ନିର୍ବାଚନ ଚାଲିଛି। ଜିଲ୍ଲାର ୨ଟି ବ୍ଲକ୍, ସଦର ଓ ରେମୁଣାରେ ମତଦାନ ହେଉଛି। ସଦରରେ ୪୯୬ଟି ବୁଥ୍ ଏବଂ ରେମୁଣାରେ ୪୧୧ଟି ବୁଥ୍‌ରେ ଭୋଟର ମତଦାନ କରୁଛନ୍ତି। ସଦର ବ୍ଲକ୍‌ରେ ମୋଟ ୧୯୧୪୮୯ ଜଣ ଏବଂ ରେମୁଣା ବ୍ଲକ୍‌ରେ ମୋଟ ୧୪୯୩୧୧ ଜଣ ଭୋଟର ଅଛନ୍ତି। ସଦର ବ୍ଲକ୍‌ରେ ୫ଟି ଜିଲ୍ଲା ପରିଷଦ, ୩୭ଟି ସରପଞ୍ଚ ତଥା ସମିତି ସଭ୍ୟ ଏଂ ୪୯୬ଟି ୱାର୍ଡ ସଭ୍ୟ ପଦ ପାଇଁ ମତଦାନ ହେଉଛି। ସେହିପରି ରେମୁଣା ବ୍ଲକ୍‌ରେ ୪ଟି ଜିଲ୍ଲା ପରିଷଦ, ୩୨ଟି ସରବପଞ୍ଚ ତଥା ସମିତି ସଭ୍ୟ ଓ ୪୧୧ଟି ୱାର୍ଡ ସଭ୍ୟ ପଦ ପାଇଁ ନିର୍ବାଚନ ଚାଲିଛି।

ସମ୍ବନ୍ଧିତ ଖବର