ଦଶରଥପୁର : ମଙ୍ଗଳପୁର ଥାନା ଅନ୍ତର୍ଗତ ପାଲଟପୁର ପଞ୍ଚାୟତ ସାଠିବାଟି (ଧୋବାକୋଇଲି) ଗ୍ରାମର ବିଶ୍ୱନାଥ କରଙ୍କ ପୁଅ ଶରତ ଓରଫ କାଳିଆ(୪୬)ଙ୍କର ଟ୍ରେନ୍ରେ କଟି ମୃତ୍ୟୁ ହୋଇଛି। ସେ ଗତ ୨୨ ତାରିଖରୁ ଘରୁ ପଳାଇ ଯାଇଥିଲେ। ଏନେଇ ପରିବାର ଲୋକେ ମଙ୍ଗଳପୁର ଥାନାରେ ଅଭିଯୋଗ କରିଥିଲେ।
ଭଦ୍ରକ ରେଳବାଇ ପୁଲିସ ସୂଚନା ମୁତାବକ, ଗତ ୨୩ ତାରିଖ ବିଳମ୍ବିତ ରାତିରେ ରାଣିତାଲ ନିକଟରେ ଟ୍ରେନ୍ରେ କଟି କାଳିଆଙ୍କର ମୃତ୍ୟୁ ହୋଇଥିଲା। ମୃତଦେହ ନିକଟରେ ପଡ଼ିଥିବା ମୋବାଇଲ୍ ଫୋନ୍ରୁ ତାଙ୍କ ପରିଚୟ ସମ୍ପର୍କରେ ସୂଚନା ମିଳିଥିଲା। ତାଙ୍କ ବିୟୋଗରେ ସରପଞ୍ଚ ଲିପିକା ମଲ୍ଲିକ, ସମିତିସଭ୍ୟ ଧୀରେନ୍ଦ୍ର ମଲ୍ଲିକ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଭରତ ଚନ୍ଦ୍ର ପରିଡ଼ାଙ୍କ ସମେତ ବହୁବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/railway-ministry-sanctions-preliminary-survey-for-rail-line.jpg)