ପଦ୍ମପୁର: କେନ୍ଦୁଝର ସଦର ଥାନା ଅନ୍ତର୍ଗତ ପର୍ଜନପୁର ପଞ୍ଚାୟତ କଶିରା ଗ୍ରାମର ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତ ଯୁବକ ହେଲେ ନବୀନ କୁମାର ଦେଓଙ୍କ ପୁଅ ସ୍ମୃତିରଞ୍ଜନ ଦେଓ ଓରଫ ସିପୁନ(୨୬)।

Advertisment

ପ୍ରାପ୍ତ ସୂଚନାନୁସାରେ, ସ୍ମୃତିରଞ୍ଜନ କେନ୍ଦୁଝର ଜିଲ୍ଲା ଟାଟାପାୱାର ଅଧୀନରେ କାର୍ଯ୍ୟରତ ଥିଲେ। ଜଣେ ଯୁବତୀଙ୍କ ସହିତ ସ୍ମୃତିରଞ୍ଜନଙ୍କର ଦୀର୍ଘଦିନ ହେଲା ପ୍ରେମ ସଂମ୍ପର୍କ ଗଢିଉଠିଥିଲା। ଗତକାଲି ରାତ୍ରିରେ ଫୋନରେ ବାର୍ତ୍ତାଳାପ ପରେ ସେ ଘର ଭିତରେ ଫାଶୀ ଲଗାଇ ଦେଇଥିଲେ। ଆଜି ପରିବାର ଲୋକେ କବାଟ ଖୋଲି ଦେଖିଲା ବେଳେ ସ୍ମୃତିରଞ୍ଜନଙ୍କ ମୃତଦେହ ଝୁଲୁଥିଲା।

ସକାଳେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ହେଁ ଡାକ୍ତର ସ୍ମୃତିରଞ୍ଜନଙ୍କୁ ମୃତ ଘୋଷଣା କରିଥିଲେ। ସଦର ପୁଲିସ ଖବର ପାଇ ଶବ ଜବତ କରିବା ସହିତ ଏକ ଅପମୃତ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ବ୍ୟବଚ୍ଛେଦ କରାଇ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଛି। ସ୍ମୃତିରଞ୍ଜନଙ୍କ ଅକାଳ ବିୟୋଗରେ କଶିରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।