ଛେଣ୍ଡିପଦା: ଅନୁଗୁଳ-ଛେଣ୍ଡିପଦା ୬୩ ନମ୍ବର ରାଜ୍ୟ ରାଜପଥର କୁଦୁପାଳ ନିକଟରେ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକ ମୃତବରଣ କରିଛନ୍ତି। କ୍ଷତିପୂରଣ ଦାବିରେ ପରିବାର ଲୋକେ ଓ ଗ୍ରାମବାସୀ ଟାୟାର ଜାଳି ରାସ୍ତାରୋକ ଆନ୍ଦୋଳନ କରିଛନ୍ତି।
ପୁଲିସ ସୂତ୍ରରୁ ପ୍ରକାଶ ଗତରାତିରେ କୁଦପାଳ ଗାଁର କିଶୋରୀ ନାଏକ(୩୭) କୋଶଳାରୁ ଅପେରା ଦେଖି ଘରକୁ ଫେରୁଥିଲେ। ଫେରିବା ସମୟରେ ଗାଁ ଛକ ନିକଟରେ ଅଜଣା ଗାଡ଼ି ଧକ୍କାରେ କିଶୋରୀ ମୃତ୍ୟୁବରଣ କରିଥିଲେ। କ୍ଷତିପୂରଣ ଦାବିରେ ପରିବାର ଲୋକେ ଓ ଗ୍ରାମବାସୀଙ୍କ ପକ୍ଷରୁ ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଖବର ପାଇ ଶିଳ୍ପାଞ୍ଚଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରୁଛି। ଆନ୍ଦୋଳନ ଯୋଗୁଁ ସମସ୍ତ ଯାନବାହନ ଚଳାଚଳ ବନ୍ଦ ରହିଥିଲା ବେଳେ ଅନ୍ୟରାସ୍ତାରେ ବୁଲି ଲୋକମାନେ ଯିବାଆସିବା କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/ang.jpeg)