କେସିଙ୍ଗା/ଉତ୍କେଲା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଚିଚର୍ଲାସ୍ଥିତ ଦ୍ୱାରକାପୁରୀ କଟନ ମିଲରେ ଶ୍ରମିକ କାର୍ଯ୍ୟ କରୁଥିବା ଗାଁର ବେଷ୍ଣବ ସୁନା (୨୧)ଙ୍କ ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଛି। ତେବେ ଘଟଣା ପରେ କାରଖାନା ମାଲିକ ମୃତକଙ୍କୁ ହସ୍ପିଟାଲ ପଠାଇ ଫେରାର ମାରିଥିବା ଜଣାପଡ଼ିଛି।
/sambad/media/post_attachments/wp-content/uploads/2023/10/23d08401-2fbb-4c90-8f57-b353a10ce22b-1024x769.jpeg)
ଅନ୍ୟପକ୍ଷରେ ଏତେବଡ଼ ଜିନିଂ ଓ ସ୍ପିନିଂ କାରଖାନା ନିର୍ମାଣ ହେଉଥିଲେ ବି ସୁରକ୍ଷା ବ୍ୟବସ୍ଥା ଢିଲା ଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି। ପୁଲିସ୍ ସମସ୍ତ ତଥ୍ୟକୁ ନେଇ ତଦନ୍ତ ଆରମ୍ଭ କରିଛି। ଏଥିସହ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ସେପଟେ ଘଟଣାକୁ ଚପାଇବାକୁ କାରଖାନା କର୍ତ୍ତୃପକ୍ଷ ଉଦ୍ୟମ କରୁଥିବା ଜଣାପଡ଼ିଛି। ମୃତକଙ୍କ ପରିବାରକୁ କିଛି କ୍ଷତିପୂରଣ ଦେଇ କଥା ଆଗକୁ ନବଢ଼ାଇବା ପାଇଁ ଚାପ ଉଦ୍ୟମ କରାଯାଉଛି। ତେବେ ଏହାର ଆବଶ୍ୟକ ତଦନ୍ତ କରାଯାଉ ବୋଲି ଦାବି ହେଉଛି। ଅପରପକ୍ଷରେ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଦାବି ହେଉଛି। ତେବେ ମୃତକଙ୍କ ପରିବାର ନିହାତି ଗରିବ ହୋଇଥିବାରୁ ବାପା-ମା’ ବାହାର ରାଜ୍ୟକୁ ଦାଦନ ଖଟି ଯାଇଛନ୍ତି। ଏପଟେ ଏକମାତ୍ର ପୁଅର ମୃତ୍ୟୁ ଖବର ଶୁଣି ଭାଙ୍ଗି ପଡ଼ିଛନ୍ତି। ଚିଚର୍ଲା ଗ୍ରାମରେ ଦୁଇ ଭାଇ ଭଉଣୀ ରହୁଥିବା ବେଳେ ଭାଇଙ୍କ ମୃତ୍ୟୁ ଖବର ଶୁଣି ସାନ ଭଉଣୀ କପା ମିଲକୁ ଯାଇ ଭାଇଙ୍କୁ ଖୋଜି ଖୋଜି କାନ୍ଦୁଥିବା ଦେଖାଦେଇଛି। ଗାଁରେ ଶୋକାକୁଳ ପରିବେଶ ଦେଖାଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/10/51394f33-7fec-46c1-8cc0-2ed9a4d07fa9.jpeg)