ବେତନଟୀ ସଦର: ବିଦ୍ୟୁତ୍ ସଂସ୍ପର୍ଶରେ ଆସି ବେତନଟୀ ବ୍ଲକ ଅଧୀନ ଗଡ଼ଗଡିଆ ଗାଁର ସ୍ବର୍ଗତ ଲୁନ୍ଦ୍ରା ଟୁଡୁଙ୍କ ପୁତ୍ର ଦମନ(୩୫)ର ମୃତ୍ୟୁ ଘଟିଛି। ଦମନଙ୍କ ଅକାଳ ବିୟୋଗରେ ଗାଁରେ ଶୋକର ଛାୟା ଖେଳିଯାଇଛି।
ସୂଚନା ଅନୁଯାୟୀ, ଦମନ ଘର ବାହାରକୁ ଯାଇଥିବାବେଳେ ଫେରି ଆସି ଘର ସମ୍ମୁଖରେ ଥିବା କବାଟକୁ ଖୋଲୁ ଖୋଲୁ ପୂର୍ବରୁ ସର୍ଟସର୍କିଟ ବଶତଃ ଚାର୍ଜ ହୋଇଯାଥିବା ସମ୍ମୁଖରେ ଦ୍ୱାର ସଂସ୍ପର୍ଶରେ ଆସି ଯାଇଥିଲେ। ଫଳରେ ସେ ଘଟଣାସ୍ଥଳରେ ବିଦ୍ୟୁତ ଆଘାତ ପାଇ ଗୁରୁତର ହୋଇପଡିଥିଲେ। ପରିବାର ଓ ପଡ଼ିଶା ଲୋକ ତାଙ୍କୁ ଅଟୋ ଯୋଗେ ସଙ୍ଗେ ସଙ୍ଗେ ବେତନଟୀ ଡାକ୍ତରଖାନାକୁ ନେଇଯାଇଥିଲେ ହେଁ କାର୍ଯ୍ୟରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ବୈଶିଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ୩୫/୨୩ନଂ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହିତ ଶବକୁ ବ୍ୟବଚ୍ଛେଦ ନିମିତ୍ତ ବାରିପଦା ଡାକ୍ତରଖାନାକୁ ପଠାଇଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp