ପୋଖରୀରେ ବୁଡ଼ି ଯୁବକ ମୃତ

ବରୀ : ଚଟୁମାରୀ ପ୍ରଧାନମନ୍ତ୍ରୀ ରାସ୍ତା କଡ଼ରେ ଥିବା ଏକ ପୋଖରୀରେ ବୁଡ଼ିଯିବାରୁ କୁଆଖିଆ ଥାନା ହରିପୁର ପଞ୍ଚାୟତ ନରସିଂହପୁର ଗ୍ରାମର ଏକନ ସାହୁଙ୍କ ପୁତ୍ର ଦୀପକ ସାହୁ (୨୭)ଙ୍କ ମୃତ୍ୟୁ ହୋଇଛି। ଦୀପକ ଶଙ୍ଖାରିଗଡ଼ା ଛକର ସ୍କୁଲ ନିକଟରେ ଏକ ପୋଷାକ ଦୋକାନ କରିଛନ୍ତି।

ଗୁରୁବାର ମଧ୍ୟାହ୍ନରେ ସେ ପାଖରେ ଥିବା ଚଟୁମାରୀ ପ୍ରଧାନମନ୍ତ୍ରୀ ସଡ଼କକୁ ଯାଇଥିଲେ। ରାସ୍ତାକଡ଼ ପୋଖରୀକୁ ଶୌଚ ହେବାକୁ ଯାଇଥିବା ବେଳେ ଗୋଡ଼ ଖସିଯିବାରୁ ବୁଡ଼ିଯାଇଥିଲେ। ସ୍ଥାନୀୟ ଲୋକମାନେ ପହଞ୍ଚି ଖୋଜାଖୋଜି କରି ତାଙ୍କୁ ଉଦ୍ଧାର କରିଥିଲେ। ସଙ୍ଗେସଙ୍ଗେ ସୁଜନପୁର ପ୍ରାଥମିକ ଚିକିତ୍ସାଳୟ ଓ ସେଠାରୁ ତାଙ୍କୁ ଯାଜପୁର ଡାକ୍ତରଖାନା ପଠାଇ ଦିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବରୀ ଥାନା ପକ୍ଷରୁ ୧୬/୨୨ରେ ଏକ ଅପମୃତ୍ୟୁ ମାମଲା ରଜୁ କରି ଶବ ବ୍ୟବଚ୍ଛେଦ କରାଯାଇଛି।

ସମ୍ବନ୍ଧିତ ଖବର