ସମ୍ବଲପୁର : କ୍ଷେତରାଜପୁର ଥାନା ସୁନାରିପଡ଼ାର ହରପ୍ରସାଦ ପଟ୍ଟନାୟକ(୨୨) ବୁଧବାର ସକାଳୁ ତାଙ୍କ ସାଙ୍ଗମାନଙ୍କ ସହ ମହାନଦୀର ବୁର୍ଲା ଥାନା ସାଇଫନ୍କୁ ଭୋଜି କରିବାକୁ ଯାଇଥିଲେ। ମାତ୍ର ସନ୍ଧ୍ୟ ଯାଏ ଆଉ ସେ ଘରକୁ ଫେରିନଥିବା ଜଣାପଡ଼ିଛି। ତେବେ ହରପ୍ରସାଦଙ୍କ ଫୋନ୍ ନମ୍ବର ଲାଗୁନଥିବା ସମୟରେ ତାଙ୍କ ଗାଡ଼ି(ଓଡି ୧୫ କେ୩୫୦୫) ମଧ୍ୟ ମିଳିପାରୁନି। ତେଣୁ ସେ କୁଆଡ଼େ ଗଲେ , ତାଙ୍କ ସହ କ’ଣ ଘଟିଲା ଜଣାପଡ଼ୁନାହିଁ। ତେଣୁ ପରିବାର ଲୋକେ ଚିନ୍ତାବ୍ୟକ୍ତ କରିବା ସହ ବିଳମ୍ବିତ ରାତିରେ ଏନେଇ ବୁର୍ଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ସାଇଫନ୍କୁ ଭୋଜି କରିବାକୁ ଯାଇ ଯୁବକ ନିଖୋଜ
/sambad/media/post_attachments/wp-content/uploads/2019/12/youth-1.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)