କବାଟବନ୍ଧ : ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଅପହରଣ ଅଭିଯୋଗରେ ଜେନାପୁର ପୁଲିସ ଅଭିଯୁକ୍ତ ଯୁବକକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଅଭିଯୋଗ ଅନୁଯାୟୀ, ଜେନାପୁର ଥାନା ଅନ୍ତର୍ଗତ ଚାରଗୋଠ ଗ୍ରାମର ନିତ୍ୟାନନ୍ଦ ସାହୁଙ୍କ ପୁଅ ସୁନିଲ(୩୦) ଗତ ୩୧ ତାରିଖ ରାତିରେ ଜେନାପୁର ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ କରିନେଇଥିଲା। ଏସଂପର୍କରେ ନାବାଳିକାଙ୍କ ସଂପର୍କୀୟ ଜେନାପୁର ଥାନାରେ ଅଭିଯୋଗ କରିବା ପରେ ଜେନାପୁର ପୁଲିସ ୩୩/୨୧ରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଗତ ବୁଧବାର ରାତିରେ ପୁଲିସର ଏକ ସ୍ବତନ୍ତ୍ର ଦଳ କଟକ ଜଗତପୁର ନିକଟରୁ ଉଭୟଙ୍କୁ ଉଦ୍ଧାର କରିଥିଲା। ଗୁରୁବାର ଉଭୟଙ୍କର ଡାକ୍ତରୀ ମାଇନା କରିବା ପରେ ଅଭିଯୁକ୍ତ ସୁନିଲକୁ ପୁଲିସ କୋର୍ଟ ଚାଲାଣ କରିଥିବା ଜେନାପୁର ଆଇଆଇସି ଆଶିଷ କୁମାର ସାହୁ ସୂଚନା ଦେଇଛନ୍ତି।
ନାବାଳିକା ଅପହରଣ ଅଭିଯୋଗରେ ଯୁବକ ଗିରଫ
/sambad/media/post_attachments/wp-content/uploads/2020/12/hands-locked-in-handcuffs-felony-arrest.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)