ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

କାଲିମେଳା : ଜଣେ ନାବଳିକାକୁ ଦୁଷ୍କର୍ମ ଅଭିଯୋଗରେ ଏମ୍‌ଭି୭୯ ପୁଲିସ ଶିବା ଦାସ ନାମକ ଜଣେ ଯୁବକକୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଥିବାର ଜଣାପଡିଛି।

ଖବରରୁ ଜଣା ପଡିଛି ଯେ କାଲିମେଳା ବ୍ଲକ ଅନ୍ତର୍ଗତ ଏକ ଗ୍ରାମର ଜଣେ ନାବାଳିକା ନିଜ ମାଙ୍କ ସହିତ ଏକ କୋଭିଡ ସେଣ୍ଟରରେ ରହୁଥିଲେ, ତେବେ ଏମ୍‌ଭି୧୫ ଗ୍ରାମର ଶିବା ଦାସ ନାମକ ଜଣେ ଯୁବକ ପୀଡିତା ମାଙ୍କ ଅନୁପସ୍ଥିତିରେ ନାବାଳିକାକୁ ଦୁଷ୍କର୍ମ କରିଥିଲେ। ଏ ଘଟଣାଟି ମେ ମାସ ରେ ଘଟିଥିଲା। ଅଭିଯୁକ୍ତ ପୀଡ଼ିତାକୁ ବିବାହ କରିବାକୁ ପ୍ରତିଶୃତି ଦେଇ ପରେ ମନା କରି ଦେଇଥିଲେ। ଘଟଣାଟି ୬ ମାସ ତଳେ ଘଟିଥିଲେ ମଧ୍ୟ ପୀଡିତା ଏ କଥା ଗତକାଲି ମାଙ୍କୁ କହିଥିଲା। ଘଟଣା ଶୁଣିବା ପରେ ପୀଡିତା ମା ଗତକାଲି ଏମ୍‌ଭି୭୯ ରେ ଅଭିଯୋଗ କରିବା ପରେ ପୁଲିସ ଆଜି ଅଭିଯୁକ୍ତ ଶିବା ଦାସକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର