ଛତିଆ : ଛତିଆ ଗ୍ରାମ୍ୟ ବ୍ୟାଙ୍କରୁ ଗତ ଜୁନ୍‌ ମାସ ୮ ତାରିଖ ରାତିରେ ଚୋରି କରିଥିବା ଅଭିଯୋଗରେ ପୁଲିସ ଜଣେ ଯୁବକକୁ ଗିରଫ କରିଛି। ଅଭିଯୁକ୍ତ ନିକଟସ୍ଥ ସପନପୁର ଗ୍ରାମର ସଞ୍ଜୟ କୁମାର ସ୍ୱାଇଁ(୩୫)। ଗତ ଜୁନ୍‌ ମାସ ୮ ତାରିଖ ରାତିରେ ଅଭିଯୁକ୍ତ ବ୍ୟାଙ୍କ୍‌ରୁ ବିଭିନ୍ନ ଜିନିଷ ଚୋରି କରିନେଇଥିଲା। ଛତିଆ ଫାଣ୍ଡି ପୁଲିସ ୧୮/୨୧ ରେ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଥିଲା। ଅଭିଯୁକ୍ତ ସଞ୍ଜୟ ଫେରାର ହୋଇଯାଇଥିଲା।

Advertisment

ଗତକାଲି ରାତିରେ ସେ ଘରକୁ ଆସିଥିବା ଖବର ପାଇ ଛତିଆ ଫାଣ୍ଡି ଅଧିକାରୀ ଗୋବର୍ଦ୍ଧନ ନାୟକ ସଦଳବଳ ସପନପୁର ଗ୍ରାମରେ ଚଢ଼ଉ କରି ସଞ୍ଜୟକୁ ଗିରଫ କରିଥିଲେ। ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ଜେଲ୍‌କୁ ପଠାଇ ଦିଆଯାଇଛି।