ବାଲେଶ୍ବର: ସହଦେବଖୁଣ୍ଟା ଓଭରବ୍ରିଜ୍ ଉପରୁ ଗୁରୁବାର ସଂନ୍ଧ୍ୟାରେ ଜଣେ ଯୁବକ ତଳକୁ ଡିଆଁ ମାରି ଗୁରୁତର ଆହତ ହୋଇଛନ୍ତି। ଯୁବକଜଣକ ହେଲେ ରମାକାନ୍ତ ବଳ(୪୨)। ତାଙ୍କ ଘର ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଧୀନ ନଳୀପୁର ଗ୍ରାମରେ। ଗୁରୁତର ଅବସ୍ଥାରେ ତାଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେ କଥା କହି ପାରୁନଥିବାରୁ ଓଭରବ୍ରିଜ୍ରୁ ହଠାତ୍ ଏପରି ଡିଆଁ ମାରିବାର କାରଣ ଜଣାପଡ଼ିନାହିଁ। ସ୍ଥାନୀୟଲୋକଙ୍କ ସହାୟତାରେ ରେଳ ପୁଲିସ ଫୋର୍ସ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ।
ଓଭରବ୍ରିଜ୍ ଉପରୁ ଡେଇଁ ଯୁବକ ଗୁରୁତର
/sambad/media/post_attachments/wp-content/uploads/2022/05/07f63473-17b3-4367-8265-0702fcc590e5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)