ବ୍ରଜରାଜନଗର: ଝାରସୁଗୁଡା ଜିଲ୍ଲା ବେଲପାହାଡ଼ ଫାଟକ ନିକଟ ରେଳ ଧାରଣାରୁ ଜଣେ ମୁଣ୍ଡ ଗଣ୍ଡି ଅଲଗା ଥିବା ଜଣେ ମୃତଦେହ ଉଦ୍ଧାର ହୋଇଛି। ମୃତକ ବେଲପାହାଡ଼ ମିର୍ଦ୍ଧାଡେରାର ହରି ମୁଣ୍ଡା (୩୫)ବୋଲି ଜଣାପଡ଼ିଛି। ବୁଧବାର ସକାଳେ ସ୍ଥାନୀୟ ଲୋକେ ଦେଖି ରେଳବାଇ ପୁଲିସକୁ ଖବର ଦେଇଥିଲେ।
ରେଳବାଇ ପୁଲିସ ଘଟଣାସ୍ଥଳକୁ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇ ଅନୁସନ୍ଧାନ କରୁଛି। ମୃତଦେହଟି ଡାଉନ ଲାଇନର ୫୩୩ କିମି ଖୁଣ୍ଟି ନିକଟରେ ପଡ଼ିଥିଲା। ତେବେ ସେ କିପରି ଓ କେଉଁ ଟ୍ରେନରେ କଟିଲେ ଜଣା ପଡୁନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/dead-f-1.jpg)