ଦାନଗଦୀ : ଯାଜପୁରରୋଡ ଥାନା ଅନ୍ତର୍ଗତ ଯଖପୁରା ପଞ୍ଚାୟତ ବାଳୁଙ୍ଗାବନ୍ଦୀ ଗ୍ରାମରେ ଗୁରୁବାର ରାତି ପ୍ରାୟ ସାଢ଼େ ୯ଟା ବେଳେ ଜଣେ ମଦ୍ୟପ ଯୁବକର ଭୁଜାଲି ଚୋଟରେ ସେହି ଗ୍ରାମର ମଦନ ମଳିକ(୧୯)ଙ୍କର ମୃତ୍ୟୁ ହୋଇଛି। ମଦନଙ୍କ ବାପା ସୁକାନ୍ତ ମଳିକ ମଧ୍ୟ ଗୁରୁତର ଆହତ ହୋଇ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଛନ୍ତି।
ସୂଚନା ଅନୁଯାୟୀ, ରାତି ସାଢ଼େ ୯ଟା ବେଳେ ସେହି ଗ୍ରାମର ଗୌରାଙ୍ଗ ମଳିକଙ୍କ ପୁଅ ଗଣେଶ(୨୩) ମଦ ପିଇ ରାସ୍ତା ଉପରେ ଗାଳିଗୁଲଜ କରୁଥିଲା। ଏହାର ପ୍ରତିବାଦ କରିବାକୁ ଆସିଥିବା ସୁକାନ୍ତଙ୍କୁ ଅଭିଯୁକ୍ତ ଗଣେଶ ଘରୁ ଏକ ଭୁଜାଲି ଆଣି ଆକ୍ରମଣ କରିଥିଲା। ବାପାଙ୍କୁ ରକ୍ଷା କରିବାକୁ ଦୌଡ଼ି ଆସିଥିବା ମଦନଙ୍କୁ ଭୁଜାଲିରେ ହାଣି ପକାଇଥିଲା। ଫଳରେ ଘଟଣାସ୍ଥଳରେ ମଦନଙ୍କର ମୃତ୍ୟୁ ହୋଇଥିଲା। ଗୁରୁତର ଅବସ୍ଥାରେ ସୁକାନ୍ତଙ୍କୁ ପ୍ରଥମେ ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଦାନଗଦୀ ପୁଲିସ ଅଭିଯୁକ୍ତ ଗଣେଶକୁ ଦାନଗଦୀ ଫାଣ୍ଡିରେ ଅଟକ ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/murder-ff.jpg)