ବୌଦ୍ଧ: ବୌଦ୍ଧ ସହର ଉପକଣ୍ଠରେ ଥିବା ଟୁଟୁସିଂଙ୍ଗା ଗ୍ରାମର ଭରତ ଭୋଇ ରବିବାର ରାତିରେ ବୌଦ୍ଧ ବସଷ୍ଟାଣ୍ଡକୁ ଆସୁଥିଲେ। ନିଜ ଗ୍ରାମ ଅତିକ୍ରମ କରିବା ପରେ ରାସ୍ତାରେ ପଡ଼ିଥିବା ଡିସ୍ ତାର (କେବୁଲ)ରେ ଛନ୍ଦି ହୋଇ ଦୁର୍ଘଟଣାର ଶିକାର ହୋଇଥିଲେ। ଗ୍ରାମବାସୀ ତାଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଥିଲା। ପରିବାର ଲୋକେ ଓ ଗ୍ରାମବାସୀ କ୍ଷତିପୂରଣ ଦାବିରେ ଶବକୁ ୫୭ ନଂ ଜାତୀୟ ରାଜପଥର ବ୍ରିଜ ଛକରେ ରଖି ରାସ୍ତା ଅବରୋଧ କରିଥିଲେ। ଫଳରେ ଛକର ଚାରିଟି ରାସ୍ତାରେ ଶତାଧିକ ଗାଡ଼ି ଅଟକି ରହିଥିଲା। ପୁଲିସ ଆସି ବୁଝାସୁଝା କରିବା ପରେ ପ୍ରାୟ ସାଢ଼େ ତିନି ଘଣ୍ଟା ଅବରୋଧ ହଟିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/29-3.jpg)