ବାଙ୍ଗିରିପୋଷି: ବାଙ୍ଗିରିପୋଷି - ଝାରପୋଖରିଆ ଜାତୀୟ ରାଜପଥ ୪୯ର ମଣଦା ଛକ ନିକଟରେ ଦୁର୍ଘଟଣା ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ବାଙ୍ଗିରିପୋଷି ବ୍ଲକ ତାଳଟିକିରି ଗ୍ରାମର ସତ୍ୟବାନ ବାରିକ ସକାଳେ ପ୍ରାତଃଭ୍ରମଣ କରୁଥିବା ବେଳେ ଅଜଣା ଗାଡ଼ି ଧକ୍କାରେ ଘଟଣାସ୍ଥଳରେ ମୃତ୍ୟୁବରଣ କରିଛନ୍ତି। ଦୀର୍ଘ ସମୟ ଧରି ରାସ୍ତାକଡ଼ରେ ମୃତଦେହ ପଡ଼ିରହିଥିଲେ ମଧ୍ୟ ପୁଲିସ ଆସି ନ ଥିବାରୁ ଓ କ୍ଷତିପୂରଣ ଦାବିରେ ସ୍ଥାନୀୟ ଜନସାଧାରଣ ଜାତୀୟ ରାଜପଥ ଅବରୋଧ କରିଛନ୍ତି।
ପ୍ରାତଃଭ୍ରମଣ ବେଳେ ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ: ଜାତୀୟ ରାଜପଥ ଅବରୋଧ
/sambad/media/post_attachments/wp-content/uploads/2021/11/7b25f8ba-faee-4c57-bdf1-ea8765d15497.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)