ବିଷାକ୍ତ ଜନ୍ତୁ କାମୁଡାରେ ଯୁବକ ମୃତ

ଭଞ୍ଜନଗର: ଗଂଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧୀନ ବଡ଼କୋଦଣ୍ଡା ପଞ୍ଚାୟତର ଦଣ୍ଡିପଦର ଗ୍ରାମରେ ଆଜି ସକାଳ ସମୟରେ ଜମିରେ କାମ କରିବାକୁ ଯାଇଥିବା ବେଳେ ବିଷାକ୍ତ ଜନ୍ତୁ କାମୁଡାରେ ଜଣେ ଯୁବକ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକ ଜଣକ ହେଲେ ସ୍ବର୍ଗତ ମାଲା ପାତ୍ରଙ୍କ ପୁଅ ନାରାୟଣ ପାତ୍ର(୩୩)। ସେ ଆଜି ସକାଳ ସମୟରେ ଜମିକୁ କାମ କରିବା ପାଇଁ ଜମିକୁ ଯାଇଥିଲେ। ସେହି ସମୟରେ ଏକ ବିଷାକ୍ତ ଜନ୍ତୁ ତାଙ୍କୁ କାମୁଡି ଦେଇଥିଲା। ବିଷଧର ସାପ କାମୁଡି ଦେଇଥିବା ଅନୁମାନ କରାଯାଉଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ନାରାୟଣକୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହ କେସ୍‌ ନମ୍ବର ୩୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ତଦନ୍ତକାରୀ ଅଧିକାରୀ ହରଷି ଜେନା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର