ରାଜନୀତିର ମୋହ: ଇଂଞ୍ଜିନିୟର ଚାକିରି ଛାଡ଼ି ଲଢ଼ିଲେ ନିର୍ବାଚନ, ୨ ଭାଇଙ୍କୁ କଲେ ମୁକାବିଲା

ମାଲକାନଗିରି: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ କେଉଁଠି ବାପା ପୁଅ ତ ଆଉ କେଉଁଠି ପତ୍ନପତ୍ନୀ ଓ ଆଉ କେଉଁଠି ଭାଇ ସହ ଭାଇର ଲଢ଼େଇ ହେଉଛି। କିନ୍ତୁ ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ବ୍ଲକର ନାୟକଗୁଡା ପଞ୍ଚାୟତରେ ସମିତି ସଭ୍ୟ ପାଇଁ ଲଢେଇ କରୁଛନ୍ତି ୩ ଭାଇ। ଦୁଇ ଭାଇ ସାନ ଓ ବଡ ହୋଇଥିବା ବେଳେ ଆଉ ଜଣେ ଦାଦା ପୁଅଭାଇ। ଆଉ ଦାଦାପୁଅ ଭାଇ ହେଉଛନ୍ତି ଚିତ୍ରକୋଣ୍ଡା ବିଧାୟକଙ୍କ ପୁଅ ମହେଶ ପ୍ରସାଦ ବାକା। ସାନ ଓ ବଡ ଦୁଇ ଭାଇ ହେଉଛନ୍ତି ବିଷ୍ଣୁ ପ୍ରସାଦ ବାକା ଏବଂ ମହେଶ କୁମାର ବାକା(ଟିଟୁ)।

ସମସ୍ତ ତିନି ଭାଇ ଉଚ୍ଚ ଶିକ୍ଷିତ ଅଟନ୍ତି। ବିଷ୍ଣୁ ବି-ଟେକ ପଢି ବାଲେଶ୍ବରରେ ଚାକିରି କରୁଥିବା ବେଳେ ଚାକିରି ଛାଡି ସେ ଏବେ ରାଜନୀତିରେ ପାଦ ଦେଇଛନ୍ତି। ଅନ୍ୟ ଦୁଇ ଭାବେ ଗ୍ରାଜୁଏସନ ସମାପ୍ତ କରିଛନ୍ତି। ଗୋଟିଏ ପଦ ପାଇଁ ଟ୍ରାଙ୍ଗୁଲାର ଭାବେ ତିନି ଭାଇ ମଇଦାନକୁ ଓହ୍ଲାଇଛନ୍ତି। ବିଧାୟକଙ୍କକ ପୁଅ ମହେଶ ବାକାଙ୍କର କହିବା ହେଲା, ଗଣତନ୍ତ୍ରରେ ସମସ୍ତଙ୍କର ଅଧିକାର ଅଛି ଲଢେଇ କରିବା ପାଇଁ, ତେଣୁ ସେ ସମିତି ସଭ୍ୟ ପାଇଁ ରଣଙ୍ଗନାକୁ ଓହ୍ଲାଇଛନ୍ତି।

ଆଗାମୀ ଦିନରେ ଲୋକେ ନିଷ୍ପତ୍ତି ନେବେ।ଏପଟେ ଅନ୍ୟ ଦୁଇ ଭାଇ କହିଛନ୍ତି ବିଧାୟକଙ୍କ ପରିବାର ଲୋକଙ୍କୁ ଅତ୍ୟାଚାର କରିଆସୁଛନ୍ତି।ଅତ୍ୟାଚାରକୁ ଶେଷ କରାଇ ଲୋକଙ୍କୁ ସୁଶାସନ ଓ ମୌଳିକ ସୁବିଧା କିପରି ପାଇବେ ସେଥିପାଇଁ ରଣଙ୍ଗାନକୁ ଓହ୍ଲାଇଥିବା କହିଛନ୍ତି।ତେବେ ଜିଲ୍ଲାର ଏହି ପଞ୍ଚାୟତ ଉପରେ ସମସ୍ତଙ୍କର ନଜର ରହିବ।ଗୋଟିଏ ପଟେ ବିଧାୟକଙ୍କ ପୁଅ ନିଜର ଦବଦବା ନାୟକଗୁଡା ପଞ୍ଚାୟତରେ ରହିଥିବା ଯୁକ୍ତି ବାଢୁଥିବା ବେଳେ ଅନ୍ୟ ଦୁଇ ଭାଇ ମଧ୍ୟ ନିଜର ପତିଆରା ରହିଥିବା କହିଛନ୍ତି।ଲୋକେ ଯାହାକୁ ଭଲ ପାଇବେ ତାକୁ ଭୋଟ ଦେବେ ଏବଂ ଜୟଯୁକ୍ତ କରିବେ ବୋଲି ଏମାନଙ୍କର ସମସ୍ତଙ୍କର ମତ ଏକ।

 

ସମ୍ବନ୍ଧିତ ଖବର