ଗଞ୍ଜାମ: ଖଲ୍ଲିକୋଟର ୧୬ ନମ୍ବର ଜାତୀୟ ରାଜପଥ ଗୁଡ଼ାପଲ୍ଲୀ ଟୋଲ୍ ଗେଟ୍ଠାରେ ଦୁଇ ବର୍ଷର ଝିଅକୁ ଛାଡ଼ି ଜଣେ ଯୁବକ ଫେରାର ହୋଇଯାଇଛନ୍ତି। କୁନି ଝିଅଟିର ପରିଚୟ ମିଳିପାରି ନାହିଁ। ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଶନିବାର ରାତିରେ ଯୁବକ ଜଣକ ଏବଂ କୁନି ଝିଅକୁ କାଖେଇ ଟୋଲ୍ ଗେଟ୍ ନିକଟରେ ବୁଲୁଥିବା ସିସିଟିଭି କ୍ୟାମେରାରୁ ଜଣାପଡ଼ିଛି। ତେବେ ବିଳମ୍ବିତ ରାତିରେ କୁନି ଝିଅଟିକୁ ଛାଡ଼ି ଯୁବକ ଜଣକ କୁଆଡେ ଚାଲି ଯାଇଥିଲେ।
ଅଧିକ ପଢ଼ନ୍ତୁ: ବସ୍ ଦୁର୍ଘଟଣାଗ୍ରସ୍ତ: ୩୦ରୁ ଊର୍ଦ୍ଧ୍ବ ଯାତ୍ରୀ ଗୁରୁତର
ସେ ଯୁବକ ଜଣକ କିଏ? କୁନି ଝିଅ ସହିତ ତାଙ୍କର ସମ୍ପର୍କ କ’ଣ? ସେ କାହିଁକି କୁନି ଝିଅଟିକୁ ଛାଡ଼ି ଯାଇଛନ୍ତି ତାହାର ତଦନ୍ତ ପୁଲିସ ଆରମ୍ଭ କରିଛି।
ସ୍ଥାନୀୟ ଲୋକେ କୁନି ଝିଅଟିକୁ ବିସ୍କୁଟ ଆଉ ଚା’ ପିଇବାକୁ ଦେବାରୁ ସେ ଚା’ରେ ବିସ୍କୁଟ ବୁଡ଼ାଇ ପିଇଥିଲା।
ଅଧିକ ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କ ଆବେଦନ ଖାରଜ କଲେ ହାଇକୋର୍ଟ: ପାର୍ସଲ ବୋମା ବିସ୍ଫୋରଣରେ ଆହତ ଡାକ କର୍ମଚାରୀଙ୍କୁ କ୍ଷତିପୂରଣ ନିର୍ଦ୍ଦେଶ
ganjam | Crime
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/07/13/young-man-leaves-his-daughter-at-gudappally-toll-gate-flees-2025-07-13-09-55-20.jpg)
