କେନ୍ଦୁଝର/ଢ଼େଙ୍କିକୋଟ: କେନ୍ଦୁଝର ସଦର ଥାନା କାନଝାରୀ ଡ୍ୟାମକୁ ଆଜି ଜଣେ ଯୁବକ ଡେଇଁ ନିଖୋଜ ହୋଇଯାଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର କିଛି ଖୋଜଖବର ମିଳିନ ନାହିଁ। ନରଣପୁର ଗ୍ରାମର ପ୍ରତୀକ କୁମାର ମହାନ୍ତ(୨୮) ଶୁଦ୍ଧିକ୍ରିୟାକୁ ଯାଇଥିଲେ । ସେଠାରୁ ଫେରିବା ବେଳେ କାନଝାରି ଡ୍ୟାମ ଗେଟ ନିକଟରେ ତାଙ୍କ ବାଇକକୁ ରଖି ଡ୍ୟାମକୁ ହଠାତ୍ ଡେଇଁ ପଡ଼ିଥିଲେ।
ସେଠାରେ ଉପସ୍ଥିତ ଲୋକ ଏହା ଦେଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ସେଠରେ ପହଞ୍ଚି ପ୍ରତୀକଙ୍କୁ ଖୋଜିବା ଆରମ୍ଭ କରିଥିଲେ । ତେବେ ଖବର ଲେଖା ହେବା ପର୍ଯ୍ୟନ୍ତ ପ୍ରତୀକଙ୍କ କୌଣସି ଖୋଜଖବର ମିଳି ନାହିଁ। କାହିଁକି ପ୍ରତୀକ ଡ୍ୟାମକୁ ଡେଇଁଲେ ତାହା ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡି ନାହିଁ ।