ସାଇକେଲ ଆରୋହୀଙ୍କୁ କଚାଡ଼ି ଦେଲା ବୁଲାଷଣ୍ଢ, ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ

ବସ୍ତା: ବସ୍ତା ଥାନା ଅନ୍ତର୍ଗତ କିଆପନିଶି ଗ୍ରାମରେ ଷଣ୍ଢ ଆକ୍ରମଣ ଯୋଗୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଆଜି ଗ୍ରାମର ଅନାଦି ବେହେରା (୩୭) ସାଇକେଲ୍‌ ଯୋଗେ ପାଖ ଗ୍ରାମ ଭଗୀରଥପୁରକୁ ଯାଇଥିଲେ। ଏହି ସମୟରେ ରାସ୍ତାରେ ଏକ ବୁଲା ଷଣ୍ଢ ତାଙ୍କୁ ଆକ୍ରମଣ କରିଥିଲା। ଫଳରେ ସାଇକେଲ୍‌ ସହ ଅନାଦି ପଡ଼ିଯାଇଥିଲେ। ଅନାଦି ପଡ଼ିଯିବା ପରେ ବି ଷଣ୍ଢଟି ତାଙ୍କୁ ବାରମ୍ବାର ଆକ୍ରମଣ କରିଥିଲା। ସ୍ଥାନୀୟ ଲୋକ ଷଣ୍ଢକୁ ଘଉଡ଼ାଇ ଅନାଦିଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବସ୍ତା ଏବଂ ପରେ ବାଲେଶ୍ବର ଡାକ୍ତରଖାନାକୁ ନେଇଥିଲେ। ସେଠାରେ ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ କଟକ ଡାକ୍ତରଖାନା ସ୍ଥାନାନ୍ତର କରାଯାଉଥିଲା। ହେଲେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏନେଇ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର