ଯୁବକଙ୍କ କ୍ଷତବିକ୍ଷତ ଶବ ଉଦ୍ଧାର, ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ

ରାଉରକେଲା: ବନ୍ଧମୁଣ୍ଡା ରାମଟୋଲି ନିକଟ ରେଳ ଲାଇନରେ ଆଜି ସକାଳେ ଜଣେ ଯୁବକର କ୍ଷତବିକ୍ଷତ ଶବ ଉଦ୍ଧାର ହୋଇଛି। ମୃତ ଯୁବକ ଜଣକ ହେଲେ ବନ୍ଧମୁଣ୍ଡା ଉତ୍ତମବସ୍ତିର ବୁଦ୍ଧରାମ ବାଙ୍କିରା (୩୦)। ବୃଦ୍ଧରାମଙ୍କ ମୁଣ୍ଡ ଓ ଦେହରେ ଗଭୀର କ୍ଷତ ଚିହ୍ନ ରହିଥିଲା। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ କେହି ତାଙ୍କୁ ହତ୍ୟା କରି ଫିଙ୍ଗି ଦେଇ ପାରନ୍ତି ବୋଲି ଅନୁମାନ କରାଯାଉଛି। ବନ୍ଧମୁଣ୍ଡା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାରଲୋକଙ୍କୁ ହସ୍ତାନ୍ତର କରିଛି। ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି। ମୃତ ବୁଦ୍ଧରାମ ମା’ଙ୍କ କହିବାନୁଯାୟୀ ପଡୋଶୀରେ ରହୁଥିବା ଜଣେ ଯୁବକ ଗତକାଲି ରାତିରେ ତାଙ୍କ ପୁଅଙ୍କୁ ଘରୁ ଡାକି ନେଇଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ପୁଅ ଘରକୁ ଫେରି ନଥିଲା। ଆଜି ସକାଳେ ବୃଦ୍ଧରାମଙ୍କ ଶବ ରେଳଲାଇନ୍‌ ପଡିଥିବା ସ୍ଥାନୀୟ ଲୋକ ଦେଖି ପୁଲିସକୁ ସୂଚନା ଦେଇଥିଲେ। ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର