ରାଇରଙ୍ଗପୁର/ଗୋରୁମହିଷାଣୀ: ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅନ୍ତର୍ଗତ ମାର୍ଚାଗୋଡା ଗ୍ରାମର ଜଣେ ଯୁବକ ଦାଦନ ଖଟିବାକୁ ଯାଇ ବେଙ୍ଗାଲୁରୁରେ ମୃତ୍ୟୁ ହୋଇଛି। ମୃତ ଯୁବକ ହେଲେ ରାମେଶ୍ୱର ପାତ୍ର (୩୨)।
Advertisment
ସୂଚନା ଅନୁଯାୟୀ ମାର୍ଚାଗୋଡ଼ା ଗ୍ରାମର ସନାତନ୍ ପାତ୍ରଙ୍କ ପୁଅ ରାମେଶ୍ୱର ପାତ୍ର (ବାଘ) ପରିବାରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ଜଣେ ଦଲାଲ୍‌ଙ୍କ ସହାୟତାରେ ବେଙ୍ଗାଲୁରୁକୁ ଶ୍ରମିକ କାର୍ଯ୍ୟ କରିବାକୁ ଯାଇଥିଲେ। ତେବେ ହଠାତ୍ ତାଙ୍କ ଦେହ ଅସୁସ୍ଥ (ଝାଡ଼ା,ବାନ୍ତି) ହେବାରୁ ସେ ଏକ ଘୋରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ତାଙ୍କ ସହିତ ଆଉ ୪ ଜଣ ଯୁବକ ମଧ୍ୟ ଝାଡ଼ା, ବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ।

ସନାତନ୍ ପାତ୍ରଙ୍କ ପୁଅ ରାମେଶ୍ୱର ପାତ୍ର (ବାଘ) ପରିବାରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ଜଣେ ଦଲାଲ୍‌ଙ୍କ ସହାୟତାରେ ବେଙ୍ଗାଲୁରୁକୁ ଶ୍ରମିକ କାର୍ଯ୍ୟ କରିବାକୁ ଯାଇଥିଲେ। ତେବେ ହଠାତ୍ ତାଙ୍କ ଦେହ ଅସୁସ୍ଥ (ଝାଡ଼ା,ବାନ୍ତି) ହେବାରୁ ସେ ଏକ ଘୋରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ।

ତେବେ ସୁସ୍ଥ ହେବା ପରେ ନିଜ ରୁମ୍‌କୁ ଫେରିଥିଲେ। ୩ ଦିନ ପୂର୍ବରୁ ହଠାତ୍ ଦେହ ଅସୁସ୍ଥ ହେବାରୁ ତାଙ୍କୁ ପୁଣି ଘୋରଇ ମେଡ଼ିକାଲରେ ଭର୍ତି କରା ଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କ ବାପା ସନାତନଙ୍କୁ ମଧ୍ୟ ଖବର ଦେବା ପରେ ସେ ବେଙ୍ଗାଲୁରୁକୁ ଯାଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ପରେ ଶବ ବ୍ୟବଚ୍ଛେଦ ପରେ ଏକ ଆମ୍ବୁଲାନ୍ସ ଯୋଗେ ମର୍ଚାଗୋଡ। ଗ୍ରାମକୁ ଅଣାଯାଇଥିଲା। ଶବ ଗ୍ରାମରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।
ତେବେ ବାଘଙ୍କ ୩ ଛୁଆ, ସ୍ତ୍ରୀ, ବୃଦ୍ଧା ବାପା-ମା ତାଙ୍କ ମୃତ୍ୟୁ ପରେ ଅସହାୟ ହୋଇ ପୋଡ଼ିଛନ୍ତି। ତାପରେ ତାଙ୍କ ମରଶରୀରକୁ ଗ୍ରାମ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ତାଙ୍କ ପରିବାର ଅତି ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କୁ କମ୍ପାନି ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।