ପୁରୀ: ପୁରୀ ଶ୍ରୀମନ୍ଦିର ପରିସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପୁଣି ଶ୍ରୀମନ୍ଦିର ଉପରେ ଚଢ଼ିଲେ ଜଣେ ଯୁବକ। ଯୁବକ ଘଣ୍ଟି ଦ୍ୱାର ଦେଇ ନାଟମଣ୍ଡପ ଉପରେ ଚଢ଼ିଲେ। ଚୁନରା ତାଙ୍କୁ ଉଦ୍ଧାର କରି ଜେଟିପିଙ୍କୁ ହସ୍ତାନ୍ତର ପରେ ସିଂହଦ୍ଵାର ଥାନାରେ ଯୁବକ ଅଟକ ରହିଛନ୍ତି। ଯୁବକ ଜଣକ ହେଲେ ଗଞ୍ଜାମର ୩୨ ବର୍ଷିୟ ଜିତୁ ଗୌଡ଼ । କାହିଁକି ଚଢ଼ିଲେ ଶ୍ରୀମନ୍ଦିର ଉପରେ ସେ ନେଇ ତଦନ୍ତ ଚାଲିଛି। ଯୁବକ କିଭଳି ଚଢ଼ିଲେ ସେନେଇ ସିଟି ଡିଏସପି ସିଂହଦ୍ୱାର ଥାନାରେ ପହଞ୍ଚି ପଚରାଉଚରା କରୁଛନ୍ତି। ସେପଟେ ଶ୍ରୀମନ୍ଦିର ଉପରେ ଏଭଳି ଚଢ଼ିବା ହେଉଛି ଚତୁର୍ଥ ଘଟଣା।
/sambad/media/post_attachments/wp-content/uploads/2019/04/e60c8d71-20c6-49c5-a292-5214bb5ee885-225x300.jpg)
ସୂଚନାଯୋଗ୍ୟ, ପୂର୍ବରୁ ଗତ ୨୦୧୯ ଏପ୍ରିଲ ମାସରେ ଜଣେ ବ୍ୟକ୍ତି ମନ୍ଦିର ଉପରକୁ ଚଢ଼ି ମହାପ୍ରଭୁଙ୍କ ବାନା ଖୋଲି ଆଣିଥିବା ଅଭିଯୋଗ ହୋଇଥିଲା। ବ୍ୟକ୍ତି ଜଣକ ସକାଳୁ ସକାଳୁ ନୀଳଚକ୍ର ଉପରକୁ ଚଢ଼ି ମନ୍ଦିର ଉପରେ ଲାଗିଥିବା ବାନାକୁ ଖୋଲି ଆଣିବା ସହ ନିଜ ଗାମୁଛାକୁ ବାନା ସ୍ଥାନରେ ବାନ୍ଧି ଦେଇ ଆସିବା ବେଳେ ଭକ୍ତଙ୍କ ଦୃଷ୍ଟିରେ ପଡ଼ିଥିଲା। ମନ୍ଦିର ପରିସରରେ ଥିବା ଭକ୍ତ ବ୍ୟକ୍ତି ଜଣକୁ ବାନା ଖୋଲି ଫେରୁଥିବା ବେଳେ ଦେଖିବା କ୍ଷଣି ତତ୍କ୍ଷଣାତ୍ ପୁଲିସ୍କୁ ଖବର ଦେଖିଥିଲେ।
ଖବର ପାଇ ପୁଲିସ୍ ଆସି ମନ୍ଦିର ତଳେ ବ୍ୟକ୍ତି ଜଣଙ୍କୁ ଜଗି ରହିଥିଲା। ବ୍ୟକ୍ତି ଜଣକ ଅଧା ବାଟ ଓହ୍ଲାଇ ମନ୍ଦିର ଅଧାରେ ଅଟକି ରହିଥିଲେ। ପୁଲିସ୍ ଦୀର୍ଘ ସମୟ ପର୍ଯ୍ୟନ୍ତ ଉକ୍ତ ବ୍ୟକ୍ତିକୁ ତଳେ ଅପେକ୍ଷା କରିବା ପରେ ଶେଷରେ ବ୍ୟକ୍ତି ଜଣକ ତଳକୁ ଓହ୍ଳାଇଥିଲେ। ପୁଲିସ୍ ଉକ୍ତ ବ୍ୟକ୍ତିକୁ ଧରି ସିଂହଦ୍ୱାର ଥାନାକୁ ନେଇ ପଚରାଉଚରା କରିଥିଲା। ବ୍ୟକ୍ତି ଜଣଙ୍କର ମାନସିକ ବିକୃତି ଥିବାର ସୂଚନା ମିଳିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/f990d3c0-183c-47ec-9970-4918559e267b.jpg)