ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସୁବଳୟା ଥାନା ଟିକିରାପଡ଼ା ଗାଁରେ ଜଣେ ଯୁବକଙ୍କୁ ଗୁଳିକରି ହତ୍ୟା କରାଯାଇଛି। ମୃତକ ଜଣକ ହେଲେ ଟିକିରାପଡ଼ା ଗାଁର ବାବୁଲୁ ମେହେର (୩୬ ବର୍ଷ)।

Advertisment

କିଛି ମାସ ହେବ କୌଣସି କାରଣରୁ ମୃତକ ବାବୁଲଙ୍କ ପରିବାର ସହିତ ପଡ଼େଶୀ ମୁରଲୀ ମେହେରଙ୍କ ପାଟିତୁଣ୍ଡ ହୋଇଥିଲା। ପୂର୍ବ ଘଟଣାକୁ ନେଇ ଶନିବାର ପୁଣିଥରେ ଅପରାହ୍ଣରେ ମୁରଲୀଙ୍କ ସହିତ ବାବୁଲୁଙ୍କ ପାଟିତୁଣ୍ଡ ହୋଇଥିଲା। ଏଥିରେ ରାଗିଯାଇ ମୁରଲୀ ବାବୁଲୁ ଉପରକୁ ଗୁଳି ଚାଳନା କରିଥିଲା। ଗୁରତର ଅବସ୍ଥାରେ ଉଦ୍ଧାର କରାଯାଇ ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ସେପଟେ ମୁରଲୀକୁ ସୁବଳୟା ପୁଲିସ୍‌ ଅଟକ ରଖି ପଚରା ଉଚରା କରୁଛି। ହତ୍ୟାକାଣ୍ଡରେ ବ୍ୟବହୃତ ବନ୍ଧୁକକୁ ପୁଲିସ୍‌ ଜବତ କରିଛି। ଏନେଇ ସୁବଳୟା ଥାନାରେ କେସ୍‌ ନଂ ୨୦, ଦଫା ୩୦୨ରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ଥାନା ଅଧିକାରୀ କୁଶ ପାଣିଗ୍ରାହୀ ଘଟଣାର ତଦନ୍ତ କରୁଛନ୍ତି।