ବାଲିଆପାଳ: ରାସ୍ତାରେ ଯିବା ବେଳେ ଜଣେ ମହିଳାଙ୍କୁ ଖରାପ ଭାଷାରେ ଇଙ୍ଗିତ କରିବା ଯୁବକକୁ ମହଙ୍ଗା ପଡ଼ିଛି। ବିଚ୍ରାସ୍ତାରେ ମହିଳାଙ୍କୁ ଦୁର୍ବବ୍ୟବହାର କରିବା ଯୋଗୁଁ ସଂପୃକ୍ତ ଯୁବକକୁ ସର୍ବସାଧାରଣରେ ଚପଲମାଡ଼ ଖାଇବାକୁ ପଡ଼ିଛି। ଚପଲରେ ମାଡ଼ଖାଉଥିବା ଯୁବକ ଯେତେ କାକୁତିମିନତି କଲେ ବି ମହିଳାଜଣକ ଅନୁରୋଧ ଶୁଣିବାକୁ ପ୍ରସ୍ତୁତ ନଥିଲେ। ବରଂ ଯୁବକକୁ ଉଠବସ୍ ହେବାକୁ ପଡ଼ି୍ଥିଲା। ଆଜି ମଧ୍ୟାହ୍ନରେ ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଥିଲା, ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି।
/sambad/media/post_attachments/wp-content/uploads/2023/03/baliapal.jpg)
ସୂଚନା ଅନୁଯାୟୀ ବାଲିଆପାଳ ଥାନା ଅନ୍ତର୍ଗତ ଜାମୁକୁଣ୍ଡା ଠାରେ ଆଜି ଜାମୁକୁଣ୍ଡା ଅଂଚଳର ଜଣେ ଯୁବକ ସେହି ଅଞ୍ଚଳର ମହିଳାକୁ ଖରାପ ଇଙ୍ଗିତ କରିବା ସହିତ ଅଶ୍ଳୀଳ କମେଣ୍ଟ କରିଥିଲେ। ଏହାକୁ କେନ୍ଦ୍ର କରି ଉକ୍ତ ମହିଳା ବିଚ୍ରାସ୍ତାରେ ସର୍ବସମ୍ମୁଖରେ ଯୁବକକୁ ଚପଲରେ ମାଡ଼ ମାରିବା ସହିତ କାନ ଧରି ଉଠ୍ବସ୍ କରିଥିଲେ। ଏହାର ଭିଡ଼ିଓ ଏବେ ମୋବାଇଲରୁ ମୋବାଇଲକୁ ଘୁରିବୁଲୁଛି। ବାଲିଆପାଳ ଅଞ୍ଚଳରେ ଏହି ଘଟଣାକୁ ନେଇ ଦିନତମାମ ଚର୍ଚ୍ଚା ହେଉଛି।
ମହିଳାଙ୍କ କହିବା ଅନୁସାରେ ସେ ଏକ ପାନଦୋକାନରେ ପାନ କିଣୁଥିଲେ। ଏହି ସମୟରେ ଜଣେ ଯୁବକ ପହଞ୍ଚି ଥିଲା। ମହିଳାଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରିଥିଲା। କାରଣ ପଚାରିବାରୁ ଯୁବକ ଜଣକ କହିଥିଲା, ଭାଉଜ ଭୁଲ ହୋଇଛି। ପାଦ ଛୁଇଁ ନମସ୍କାର କରିଥିଲା। ଏହା ପରେ ମହିଳା ଜଣକ ସେଠାରୁ ବାହାରିଯାଇଥିଲେ। କିନ୍ତୁ ଯୁବକ ଜଣକ ମହିଳାଙ୍କ ପଛେପଛେ ଯାଇ ପୁଣି ଅଶ୍ଲୀଳ ଇଙ୍ଗିତ କରିଥିଲା।
ତେବେ ମଦପିଇ ଯୁବକ ଜଣକ ଏଭଳି ବ୍ୟବହାର କରିଥିବା ତା’ର ଭାବଭଙ୍ଗୀରୁ ଜଣାପଡୁଥିଲା। କାରଣ ମହିଳାଙ୍କ ଠାରୁ ଚପଲରେ ମାଡ଼ ଖାଉଥିଲେ ମଧ୍ୟ ବିରୋଧ କରୁ ନଥିଲା। ବରଂ ମଝିରେ ମଝିରେ କହୁଥିଲା, ମୋତେ ମାରିବୁ ତ ମାର୍। ମୁଁ କାହିଁକି ମନା କରିବି। ମୁଁ ଗାଲ ଦେଖାଇ ଦେଉଛି। ତୁ ଯେତେ ପିଟୁଛୁ ପିଟ୍। କିନ୍ତୁ ମୁଁ କିଛି ଭୁଲ୍ କରିନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/baliapal2.jpg)