ଭୁବନେଶ୍ବର: କୁଖ୍ୟାତ ଚୋର ସଞ୍ଜୟ ନିଶଙ୍କକୁ କମିସନରେଟ ପୁଲିସ ଗିରଫ କରିଛି। ପୁଲିସ ସଞ୍ଜୟ ଠାରୁ ୪୨୩ ଗ୍ରାମ ସୁନା ଗହଣା, ୬୫୦ ଗ୍ରାମ ରୁପା, ୨ଟି ଲାପଟପ, ମୋବାଇଲ ଓ ଚୋରି ପାଇଁ ବ୍ୟବହାର କରାଯାଉଥିବା ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି। ସଂଜୟ ଯେଉ ଘରୁ ଚୋରି କରୁଥିଲା ସେଠାରୁ ମହିଳା ଓ ଯୁବତୀଙ୍କ ଅନ୍ତ୍ରବସ୍ତ୍ର ଚୋରି କରୁଥିବା ନେଇ ପୁଲିସକୁ ସୂଚନା ମିଳିଛି।
ସୂଚନା ଅନୁସାରେ ସଞ୍ଜୟ ନିଶଙ୍କ ଜଣେ ବ୍ୟାଚଲର ଇନ୍ ବିଜନେସ ଆଡମିନିଷ୍ଟ୍ରେସନ (ବିବିଏ) ଛାତ୍ର। ଉଚ୍ଚ ଶିକ୍ଷିତ ହୋଇଥିଲେ ମଧ୍ୟ ଚୋରିକାମ କରିବାକୁ ସେ ବହୁତ ଭଲ ପାଉଥିଲା। କାରଣ ସେ ଚୋରି କରି ସାମଗ୍ରିକୁ ପ୍ରେମିକାକୁ ଉପହାର ଦେଉଥିଲା। ସେ ଦିନ ସମୟରେ ଫୁଡ ଡେଲିଭରି କଂପାନି ‘ଜୋମାଟୋ’ରେ କାମ କରି ରେକୀ କରୁଥିଲା ଏବଂ ରାତିରେ ଲୋକଙ୍କ ଘରେ ପଶି କଳାକନା ବୁଲାଉଥିଲା। ଘରକୁ ଘରକୁ ବୁଲି ଝରକା ଭାଙ୍ଗି ଲୁଟି ନେଉଥିଲା ଲକ୍ଷଧିକ ଟଙ୍କାର ସୁନା, ଟଙ୍କା ଓ ରୁପା ଗହଣା।
ପୁଲିସ କହିଛି ଯେ, ସଞ୍ଜୟ ପାଖରୁ ୪୨୩ ଗ୍ରାମର ସୁନା ଗହଣା, ୬୫୦ ଗ୍ରାମ ରୁପା, ୨ଟି ଲାପଟପ, ମୋବାଇଲ ଓ ଚୋରିରେ ବ୍ୟବହାର କରାଯାଉଥିବା ଅନ୍ୟ ସାମଗ୍ରୀ ଜବତ ହୋଇଛି। ଅଟ୍ରି, ଶରଧାପୁରଓ ଖୋର୍ଦ୍ଧା ଥାନାରେ ଏହି ଯୁବକ ନାଁରେ ୨୩ରୁ ଅଧିକ ଚୋରି ମାମଲା ରହିଛି। ପୁଲିସ ଜାଣିବାକୁ ପାଇଛି ଯେ, ସଞ୍ଜୟ ଯେଉଁ ଘରୁ ଚୋରି କରେ ସେ ଘରୁ ମହିଳା ଓ ଯୁବତୀମାନଙ୍କର ଅନ୍ତବସ୍ତ୍ର ଚୋରି କରିନିଏ। ତେଣୁ ମାନସିକ ଡାକ୍ତରଙ୍କ ସହ ଯୋଗାଯୋଗ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/0dd49600-cc09-4aa2-8778-1169d00e3014.jpg)