ବୈଶିଙ୍ଗା: ବୁଧବାର ସନ୍ଧ୍ୟାରେ ବୈଶିଙ୍ଗା ଉପକଣ୍ଠ ଡାହିବାଡି ସାପ୍ତାହିକ ହାଟରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବା କିଣୁଥିବା ବେଳେ ହୃଦଘାତରେ ଜଣେ ଯୁବକ ଟଳିପଡିଛନ୍ତି। ସୂଚନା ଅନୁଯାଇ ବୈଶିଙ୍ଗା ଥାନା ଅନ୍ତର୍ଗତ କେନ୍ଦୁଆ ପଞ୍ଚାୟତର ମୋହନପୁର ଗ୍ରାମର ଶୁକ୍ରା ସିଂଙ୍କ ପୁତ୍ର ଗୁମ ସନ୍ଧ୍ୟା ୮ ଘଟିକା ସମୟରେ ତାହିବାଡି ହାଟକୁ ସଉଦା କିଣିବାକୁ ଯାଇଥିଲେ ।
ପରିବା ଦୋକାନରେ ପରିବା କିଣୁଥିବା ବେଳେ ହଠାତ୍ ମୁହଁ ମାଡି ତଳେ ପଡିଯାଇଥିଲେ । ସଙ୍ଗେ ସଙ୍ଗେ ଅନ୍ୟ ଦୋକାନୀଙ୍କ ସହାୟତାରେ ତାଙ୍କୁ ବୈଶିଙ୍ଗା ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଖବର ପାଇ ଗ୍ରାମବାସୀଙ୍କ ସମେତ ତାଙ୍କ ସ୍ତ୍ରୀ ଏବଂ ଏକ ମାତ୍ର କନ୍ୟା ବୈଶିଙ୍ଗା ଡାକ୍ତରଖାନାରେ ପହଞ୍ଚିଥିଲେ । ବୈଶିଙ୍ଗା ଥାନାରେ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି। ଆଜି ସନ୍ଧ୍ୟା ହୋଇଯାଇଥିବା କାରଣରୁ ଆସନ୍ତା କାଲି ଗୁରୁବାର ଶବ ବ୍ୟବଚ୍ଛେଦ ହେବ ବୋଲି ପୁଲିସ ସୂଚନା ଦେଇଛି।
Mayurbhanj
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/05/14/BBkKwaoKGPXj3m7O22wb.jpg)