ଗୋଷାଣି: ଗଜପତି ଜିଲ୍ଲା ଗାରାବନ୍ଧ ଥାନା ଗାରବନ୍ଧମେଟୁ ଗ୍ରାମ ନିକଟରେ ଜଣେ ଯୁବକ ଘରୋଇ କଳହକୁ କେନ୍ଦ୍ର କରି ଉଚ୍ଚକ୍ଷମତା ସମ୍ପନ୍ନ ବିଦ୍ୟୁତ ଟାୱାର୍ ଉପରେ ଚଢ଼ିଛନ୍ତି। ଜୀବନ ଶେଷ କରିଦେବା ପାଇଁ ସେ ପରିମାର ଲୋକଙ୍କୁ ଧମକ ଦେଇଛନ୍ତି। ତେବେ, ଗାରାବନ୍ଧ ଥାନାଧିକାରୀ ରବୀନ୍ଦ୍ର ଗୌଡ଼ ଓ ପୁଲିସ କର୍ମଚାରୀଙ୍କ ଉଦ୍ୟମ କ୍ରମେ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଗାରାବନ୍ଧ ଗ୍ରାମ ନିକଟସ୍ଥ ପିଲୁରୁ ଗ୍ରାମର ଏସ୍.ଯୋଗେନ୍ଦ୍ର (୩୦) ଆଜି ସକାଳେ ହଠାତ୍ ଟାୱାର ଉପରେ ଚଢ଼ି ପଡ଼ିଥିଲେ।
ଲୋକେ ତାଙ୍କୁ ତଳକୁ ଓହ୍ଲାଇପଡ଼ିବାକୁ ନିବେଦନ କରିଥିଲେ। କିନ୍ତୁ ତାରକୁ ଛୁଇଁ ଆତ୍ମହତ୍ୟା କରିବେ ବୋଲି ଯୋଗେନ୍ଦ୍ର ଚେତାବନୀ ଦେଇଥିଲେ। ଫଳରେ ବ୍ୟସ୍ତବିବ୍ରତ ହୋଇ ସ୍ଥାନୀୟ ଜନସାଧାରଣ ଗାରାବନ୍ଧ ଥାନାକୁ ସୂଚନା ଦେଇଥିଲେ। ଥାନାଧିକାରୀ ଶ୍ରୀ ଗୌଡ଼ ଓ କର୍ମଚାରୀମାନେ ପହଞ୍ଚି ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ତେବେ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚିବା ଆଗରୁ ବୁଝାସୁଝା କରିବା ପରେ ଯୋଗେନ୍ଦ୍ର ତଳକୁ ଓହ୍ଲାଇ ଆସିଥିଲେ। ପରିବାର ଲୋକଙ୍କ ସହ କଳହ କାରଣରୁ ଯୋଗେନ୍ଦ୍ର ମଦ ପିଇ ଟାୱାର୍ ଉପରକୁ ଚଢ଼ି ପଡ଼ିଥିଲେ। ତେବେ, ସୌଭାଗ୍ୟବଶତଃ ସେ ବିଦ୍ୟୁତ ସଂସ୍ପର୍ଶରେ ଆସି ନଥିବାରୁ ଜୀବନ ବଞ୍ଚିଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/7a6a4d61-2df9-4e78-a307-ba4d461583d9.jpg)