ପୁରୀ : ପୁରୀ ନୀଳାଚଳ ଭକ୍ତ ନିବାସରେ ରହୁଥିବା ଜଣେ ଯୁବତୀଙ୍କର ଗାଧୋଇବା ଦୃଶ୍ୟକୁ ମୋବାଇଲ୍ରେ ରେକର୍ଡିଂ କରିବା ଅଭିଯୋଗରେ ଟାଉନ୍ ଥାନା ପୁଲିସ ଆଜି ଜଣକୁ ଗିରଫ କରିଛି। ଏହି ଯୁବକର ଜାମିନ ନାମଞ୍ଜୁର ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଖବର ନେବାରେ ଜଣାପଡ଼ିଛି ଯେ ଉତ୍ତରପ୍ରଦେଶ ରାଏବରେଲିର ଜଣେ ୨୪ ବର୍ଷୀୟା ଯୁବତୀ ତାଙ୍କ ବାପା ଓ ଅନ୍ୟ ସମ୍ପର୍କୀୟଙ୍କ ସହିତ ପୁରୀକୁ ବୁଲିବାକୁ ଆସିଥିଲେ। ସେମାନେ ଗତ ୧୧ ତାରିଖ ଅପରାହ୍ଣ ୧ଟା ସମୟରେ ପୁରୀରେ ପହଞ୍ଚି ବଡ଼ଦାଣ୍ଡ ପାର୍ଶ୍ବରେ ଥିବା ନୀଳାଚଳ ଭକ୍ତ ନିବାସର ୦୦୬ ଓ ୧୦୩ ନମ୍ବର ରୁମ୍ ନେଇ ଆଜି ପର୍ଯ୍ୟନ୍ତ ରହିଥିଲେ। ତେବେ ଆଜି ସକାଳେ ଏହି ଯୁବତୀ ଜଣକ ଗାଧୁଆ ଘରେ ଗାଧୋଉଥିଲେ। ଏହି ସମୟରେ ନୀଳାଚଳ ଭକ୍ତ ନିବାସରେ ଇଲେକ୍ଟ୍ରିସିଆନ ଭାବେ କାମ କରୁଥିବା ବିକାଶ ଓରଫ ଶିବ ପ୍ରସାଦ ମହାପାତ୍ର ଯୁବତୀଙ୍କର ଗାଧୋଇବାର ଦୃଶ୍ୟକୁ ମୋବାଇଲରେ ରେକର୍ଡିଂ କରିଥିଲା। ଏହା ଯୁବତୀ ଜଣକ ଦେଖି ଚିତ୍କାର କରିବାରୁ ମ୍ୟାନେଜର୍ ସେଠାରେ ପହଞ୍ଚି ବିକାଶକୁ ଅଟକାଇଥିଲେ। ବିକାଶ ଘଟଣା ସମ୍ପର୍କରେ ଅସ୍ବୀକାର କରିବାରୁ ସେମାନେ କ୍ଲୋଜସର୍କିଟ୍ କ୍ୟାମେରାର ଫୁଟେଜ୍କୁ ଯାଞ୍ଚ୍ କରିଥିଲେ। ବିକାଶ ରେକର୍ଡିଂ କରୁଥିବାର ପ୍ରମାଣ ମିଳିବା ପରେ ସେମାନେ ଏ ନେଇ ଟାଉନ୍ ଥାନାରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଭିତ୍ତି କରି ଟାଉନ ଥାନା ପୁଲିସ ମାମଲା ରୁଜୁ କରି ପୁରୀ ସଦର ଥାନା ଅନ୍ତର୍ଗତ ବୀରହରେକୃଷ୍ଣପୁରର ମାଳିସାହି ଗ୍ରାମର ବିକାଶକୁ ଗିରଫ କରି ଆଜି କୋର୍ଟଚାଲାଣ କରିଛି।
ମହିଳାଙ୍କ ଗାଧୋଇବା ଦୃଶ୍ୟ ରେକର୍ଡିଂ କରି ଯୁବକ ଗିରଫ
/sambad/media/post_attachments/wp-content/uploads/2021/02/are-p.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)