ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍ କରି ଯୁବକ ଗିରଫ

ଧର୍ମଶାଳା : ସାମାଜିକ ଗଣମାଧ୍ୟମରେ ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍ କରିଥିବା ଅଭିଯୋଗରେ ଧର୍ମଶାଳା ଥାନା ପୁଲିସ୍‌ ମଙ୍ଗଳବାର ଦିନ ଜଣେ ଯୁବକକୁ ଗିରଫ କରିଛି। ଗିରଫ ଯୁବକ ଯାଜପୁର ସଦର ଥାନା ଖଇରାବାଦ ଗ୍ରାମର ନିର୍ମଳ ପ୍ରଭାତ ନାୟକ(୩୨)।

ଧର୍ମଶାଳା ଥାନା ଅଞ୍ଚଳର ଜଣେ ଯୁବତୀ ଗତ ୬ ବର୍ଷ ପୂର୍ବେ ନିର୍ମଳ ସହିତ ପାଣିକୋଇଲିସ୍ଥିତ ଏକ ଘରୋଇ କମ୍ପାନିରେ ଏକାଠି ଚାକିରି କରୁଥିଲେ। ଏହି ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏହାର ସୁଯୋଗ ନେଇ ନିର୍ମଳ ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଉଠାଇ ନେଇଥିଲା। ଉଭୟଙ୍କ ମଧ୍ୟରେ ସମ୍ପର୍କ ଛିନ୍ନ ହେବା ପରେ ନିର୍ମଳ ଅନ୍ୟତ୍ର ବିବାହ କରିଥିଲା। ଏହାପରେ ଯୁବତୀଙ୍କର ବିବାହ ଅନ୍ୟତ୍ର ସ୍ଥିର ହୋଇଥିଲା। ଏହି ଖବର ପାଇ ନିର୍ମଳ ହ୍ବାଟସପରେ ତାଙ୍କ ଅଶ୍ଳୀଳ ଭିଡିଓକୁ ପୁଅ ଘରକୁ ପଠାଇ ଦେଇଥିଲା। ଫଳରେ ଉକ୍ତ ସ୍ଥାନରେ ଯୁବତୀଙ୍କ ବିବାହ ଭାଙ୍ଗି ଯାଇଥିଲା। ଏହା ଜଣା ପଡ଼ିବା ପରେ ଉକ୍ତ ଯୁବତୀ ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍‌ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ବିଭିନ୍ନ ସ୍ଥାନରେ ଚଢ଼ଉ କରି ପୁଲିସ୍‌ ନିର୍ମଳକୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର