ଓଲମରା : ଜଳେଶ୍ଵର ବ୍ଲକ ସର୍ଦାରବନ୍ଧ ପଞ୍ଚାୟତ ପଚାଖାଳି ଗାଁରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଉକ୍ତ ଗ୍ରାମର ରାମହରି ମୁର୍ମୁ ଓ ଆମବାଇ ସୋରେନଙ୍କ ମଧ୍ୟରେ ଦୀର୍ଘଦିନ ଧରି ଶତ୍ରୁତା ଲାଗି ରହିଥିଲା। ଆଜି ଆମବାଇ ଓ ତାଙ୍କର ଦୁଇ ପୁଅ ବିଲକୁ କାମ କରିବାକୁ ଯାଇଥିଲେ। ଘରେ ଆମବାଇଙ୍କ ସ୍ତ୍ରୀ ରାଇମତ ସୋରେନ ଏକୁଟିଆ ଥିବାବେଳେ ରାମହରି ମୁର୍ମୁ ତାଙ୍କୁ ମାଡ଼ ମାରଥିବା ଅଭିଯୋଗ ହୋଇଛି। ରାଇମତି ଗାଁ ଲୋକଙ୍କୁ ଡାକିବାରୁ ରାମହରି ତାଙ୍କ ଘରେ ନିଆଁ ଲଗାଇ ଦେଇଥିଲେ। ଗାଁ ଲୋକ ପହଞ୍ଚିବା ବେଳକୁ ଘରଟି ସମ୍ପୂର୍ଣ୍ଣ ଜଳିଯାଇଥିଲା। ଗାଁ ଲୋକ ରାମହରି ମୁର୍ମୁଙ୍କୁ ଅଟକ ରଖିଥିବା ବେଳେ ରାଇମତିଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ହାତୀଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଖବର ଲେଖା ହେବା ପର୍ଯ୍ୟନ୍ତ ଥାନାରେ ଏ ନେଇ କୌଣସି ଅଭିଯୋଗ ହୋଇନଥିଲା।
ମହିଳାଙ୍କୁ ମାଡ଼ମାରି ଘରେ ନିଆଁ ଲଗାଇ ଦେଲେ ଯୁବକ
/sambad/media/post_attachments/wp-content/uploads/2021/01/fire-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)