ଲଜ୍ଜା : ୮୧ ବର୍ଷର ବୃଦ୍ଧାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକକୁ କୋର୍ଟଚାଲାଣ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ସଦର ମହକୁମା ଭବାନୀପାଟଣାଠାରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ସହରରେ ଜଣେ ୮୧ ବର୍ଷୀୟା ବୃଦ୍ଧାଙ୍କୁ ଦୁଷ୍କର୍ମ କରାଯାଇଥିବା ସାଙ୍ଘାତିକ ଅଭିଯୋଗ ଆସିଛି। ଅଭିଯୋଗ ପରେ ସଂପୃକ୍ତ ଅଭିଯୁକ୍ତ ଭଜ ଘି (୨୨)କୁ ଗୁରୁବାର ରାତିରେ କୋର୍ଟ ଚାଲାଣ କରାଯାଇଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଭବାନୀପାଟଣା ସହର ଇରିଗେସନ୍‌ କଲୋନି ଲେନ ନଂ.୧୭ରେ ଟିକରାମ ଘିଙ୍କ ପୁଅ ଭଜ ଘି ରହନ୍ତି। ଗତ ୨୦ ତାରିଖ ସନ୍ଧ୍ୟା ୬ଟା ୧୫ ମିନିଟ୍‌ରେ ପଡ଼ୋଶୀ ଘରେ କେହି ନଥିବାର ସୁଯୋଗ ନେଇ ଜଣେ ୯୦ ବର୍ଷୀୟା ବୃଦ୍ଧାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ଅନ୍ୟ ଆଗରେ ପ୍ରଘଟ କଲେ ଜୀବନରେ ମାରିଦେବାର ଧମକ ଦେଇଥିଲେ। ଏନେଇ ପରିବାର ଲୋକେ ଭବାନୀପାଟଣା ଟାଉନ୍‌ ଥାନାରେ ଗତ ୨୨ ତାରିଖରେ ଲିଖିତ ଅଭଯୋଗ କରିଥିଲେ। ପୁଲିସ ପକ୍ଷରୁ ଆଇଆଇସି ସତ୍ୟ ନନ୍ଦ ଆଇପିସି ଦଫା ୩୭୬(୧), ୫୦୬, ୩୪୧, ୨୯୪ରେ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲେ। ପୁଲିସ୍‌ ଏହି ଘଟଣାରେ ମାଜିଷ୍ଟ୍ରେଟ୍‌ ସମ୍ମୁଖରେ ବୟାନ ରେକର୍ଡ ପାଇଁ ପୀଡ଼ିତାଙ୍କୁ ହାଜର କରିଥିଲେ। ପରେ ତାଙ୍କର ଡାକ୍ତରୀ ମାଇନା କରାଯାଇଛି।

ସମ୍ବନ୍ଧିତ ଖବର