କାଳବୈଶାଖୀରେ ବିଦ୍ୟୁତ ତାର ଛିଣ୍ଡି ଯୁବକ ମୃତ

ଖୋର୍ଦ୍ଧା : ଶନିବାର ରାତି ପ୍ରାୟ ୭ ବେଳେ ଅଚାନକ ଭୀଷଣ ଝଡ ପବନ ଆସି ଟୋପା ଟୋପା ବର୍ଷା ହୋଇଥିଲା। ଚିଲିକା ବ୍ଲକର ସୋରଣ ଗ୍ରାମରେ ଏହି କାରଣରୁ ପବନରେ ବିଦ୍ୟୁତ ତାର ଛିଣ୍ଡି ପଡିଥିଲା। ସେହି ବାଟ ଦେଇ ସାଇକେଲରେ ଯାଉଥିବା ସେହି ଗ୍ରାମର ସମିର ରଣସିଂହ (ବୟସ ୫୦ ବର୍ଷ) ନାମକ ଜଣେ ବ୍ୟକ୍ତିଙ୍କ ଉପରେ ବିଦ୍ୟୁତ ତାରଟି ପଡିଯିବାରୁ ଘଟଣା ସ୍ଥଳରେ ସେ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଓ ପରିବାର ଲୋକେ ପରିବାର ଲୋକେ ତାଙ୍କୁ ଟାଂଗୀ ଡାକ୍ତରଖାନାରେ ଭର୍ତ୍ତିକରିଥିଲେ। ଡାକ୍ତର  ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାରେ ସାରା ଅଂଚଳରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧିତ ଖବର