ଭାଲୁ ଆକ୍ରମଣରେ ଯୁବକ ଆହତ

ସଇନ୍ତଳା : ଭାଲୁ ଆକ୍ରମଣରେ ବୁଧବାର ସଇନ୍ତଳା ବ୍ଲକ୍‌ ଆମ୍ବପାଲି ପଂଚାୟତ କୁଶମାଲ ଗାଁର ଟୁନୁ ଭୋଇ ନାମକ ଜ‌ଣେ ଯୁବକ ଆହତ ହୋଇଛନ୍ତି। ସେ ତାଙ୍କ ଚାଷ ଜମିକୁ ବୁଲି ଯାଇଥିବା ସମୟରେ ଭାଲୁକୁ ଦେଖି ଦୌଡ଼ି ପଳାଇବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ଭାଲୁଟି ତାଙ୍କ ହାତକୁ କାମୁଡ଼ି ଦେଇଥିଲା। ତାଙ୍କୁ ଚିକିତ୍ସା ପାଇଁ ସଇନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ପରେ ଭାଲୁଟି ଘଣ୍ଟମାଲ ଗାଁ ମୁଣ୍ଡରେ ଯାଉଥିବା ଦେଖି ଗ୍ରାମର କିଛି ଯୁବକ ମିଳିତ ଭାବେ ତାକୁ ଘଉଡ଼ାଇ ଦେଇଥିଲେ। ଖବର ପାଇ ଟିଟିଲାଗଡ଼ ବନ ବିଭାଗ କର୍ମଚାରୀମାନେ ସେଠାରେ ପହଞ୍ଚିଛନ୍ତି।

ସମ୍ବନ୍ଧିତ ଖବର