ବାଇକ୍‌ ଦୁର୍ଘଟଣାରେ ଯୁବକ ମୃତ

ଧର୍ମଶାଳା : ଧର୍ମଶାଳା ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥର ଜାରକା କୁମାରୀ ପାଟ ନିକଟରେ ଆଜି ପୂର୍ବାହ୍ଣରେ ବାଇକ୍ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ଯାଜପୁର ଟାଉନ ଥାନା ମହାନ୍ତିପାଟଣା ଗ୍ରାମର ବାସୁଦେବ ସାମଲଙ୍କ ପୁଅ ରାଜେନ୍ଦ୍ର ସାମଲ(୩୫)।

ସେ ନିଜ ବାଇକରେ କଟକ ଅଭିମୁଖେ ଯାଉଥିବା ବେଳେ ଏକ ଅଜଣା ଗାଡି ସାଇଡ୍ ମାରି ପଳାଇଥିଲା। ଫଳରେ ବାଇକଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବରେ ଥିବା ବାଡାରେ ପିଟି ହୋଇଯାଇଥିଲା। ଏଥିରେ ରାଜେନ୍ଦ୍ର ଗୁରୁତର ହୋଇଥିଲେ। ନିକଟରେ ଥିବା ଲୋକମାନେ ତାଙ୍କୁ ନେଇ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ୍‌ ମୃତଦେହ ଓ ବାଇକଟିକୁ ଜବତ କରିଥିଲା। ୩୭୯/୨୨ ନମ୍ବରରେ ଏକ ମାମଲା ରୁଜୁ କରି ପୁଲିସ୍‌ ଶବ ବ୍ୟବଚ୍ଛେଦ ନିମନ୍ତେ ବଡ଼ଚଣା ଡାକ୍ତରଖାନା ପଠାଇ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର