ରାଉରକେଲା : ଆଜି ଥିଲା ରଜପର୍ବର ଶେଷ ଦିନ ଏହି ରଜ ପର୍ବକୁ ପାଳନ କରିବା ପାଇଁ ବଣାଇ ସବ ଡିଭିଜନ ତଥା ଲହୁଣିପଡା କ୍ଲକ ଅନ୍ତର୍ଗତ ରାମକାନି ଗ୍ରାମର ବାସିନ୍ଦା ଶ୍ରୀ ମନୋଜ ଓରାମ (୩୦ ବର୍ଷ) ଯୁନିଆଣୀ ସ୍ଥିତ ଶଶୁର ଘରକୁ କୂଣିଆ ଆସିଲେ । ସ୍ୱର୍ଗତ ରାମ ଓରାମ ଘରେ ଦିନ ସାରା ରଜ ପର୍ବ ପାଳନ କରି ସନ୍ଧ୍ୟାରେ ଘରକୁ ଯିବାକୁ ବାହାରି ଥିଲେ। ରାତ୍ରୀ ଅଧିକା ହୋଇ ଯାଇଥିବାରୁ ଘର ଲୋକ ତାଙ୍କୁ ଯିବା ପାଇଁ ବାରଣ ମଧ୍ୟ କରିଥିଲେ l କିନ୍ତୁ କାହା କଥା ନ ମାନି ସେ ଘରକୁ ଯିବା ବାଟରେ ଜୁନିଆଣୀ ବସ ଷ୍ଟାଣ୍ଡ ପାଖରେ ରାତ୍ରି ୯ଟା ସମୟରେ କୌଣସି ଭାରି ଯାନ ଦ୍ବାରା ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ।

Advertisment

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ସେ ଚଲାଉ ଥିବା ସ୍କୁଟି ଓଡି୧୪କେ୦୭୦୧ ଭାଙ୍ଗି ଚୁରମାର ହୋଇ ଯିବା ସଙ୍ଗେ ସଙ୍ଗେ ଘଟଣା ସ୍ଥଲରେ ହିଁ ସେ ମୃତୁବରଣ କରିଥିଲେ। ତାଙ୍କର ବର୍ତମାନ ୨ଟି ଛୋଟ ଝିଅ ଅଛନ୍ତି। ଲହୁଣିପଡା ପୁଲିସ ପହଞ୍ଚି ଶବକୁ ପଷ୍ଟମୋର୍ଟମ ପାଇଁ ପଠେଇଥିଲେ।ରଜ ପର୍ବର ଶେଷ ଦିବସରେ ଏ ଦୁର୍ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।