ବଲାଙ୍ଗୀର ସହର ଭିତରେ ବୁଲିଲା ଖଣ୍ଡା, ସଂଘବଦ୍ଧ ଆକ୍ରମଣରେ ଯୁବକ ଗୁରୁତର

ବଲାଙ୍ଗୀର : ଗତ କିଛି ମାସ ହେଲା ବଲାଙ୍ଗୀର ସହର ଭିତରେ ବଢ଼ିଚାଲିଛି ଅପରାଧ ଓ ଅପରାଧୀଙ୍କ ସଂଖ୍ୟା। ଶୁକ୍ରବାର ରାତିରେ ପୁଣି ଥରେ ସହରର ଭିଡ଼ ଜାଗାରେ ବୁଲିଲା ଖଣ୍ଡା। ଜଣେ ଯୁବକଙ୍କୁ ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ଆକ୍ରମଣ କଲେ ଚାରିଜଣ ଯୁବକ। ଘଟଣା ଘଟିଛି ବଲାଙ୍ଗୀର ସହର ମାଳପଡ଼ାର ମେଟାକାନୀ ଛକ ନିକଟରେ।

ଚାରିଜଣ ଯୁବକ କୌଣସି କାରଣକୁ ନେଇ ହଠାତ୍‌ ପିକୁନ ଦଣ୍ଡସେନା ନାମକ ଜଣେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ କରି ଫେରାର ମାରିଥିଲେ। ଇଚ୍ଛାପଡ଼ାରେ ରହୁଥିବା ପିକୁନଙ୍କୁ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ଭିମସାର ପଠାଯାଇଛି। ବଲାଙ୍ଗୀର ଟାଉନ ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର